ଗିରଫ ହେଲେ ଦୁଇ ଲସ୍କର ଆତଙ୍କୀ

68

ବାରମୂଳା : ଜମ୍ମୁ-କଶ୍ମୀରର ବାରମୂଳାରୁ ଲସ୍କର-ଏ-ତୋଇବା ସହିତ ଜଡ଼ିତ ଦୁଇଜଣ ଆତଙ୍କୀ ଗିରଫ ହୋଇଛନ୍ତି । ଏହି ଦୁଇଜଣ କ୍ରେରୀ ଗାଁର ଏକ ବସ୍‌ଷ୍ଟପ୍ ନିକଟରେ ଛିଡ଼ା ହୋଇଥିଲେ ।

କଶ୍ମୀର ପୁଲିସ ଅନୁସାରେ ଦୁଇ ଆତଙ୍କୀଙ୍କ ନାମ ଦାୟେମ୍ ମଜିଦ୍ ଖାନ୍ ଏବଂ ଉବେର୍ ତାରିକ୍ । ଦୁହେଁ ଲସ୍କର୍ ସହିତ ଜଡ଼ିତ ଥିବା ସ୍ୱୀକାର କରିବା ସହିତ ଟାର୍ଗେଟ୍ କିଲିଂ ପାଇଁ ଗୋଳା-ବାରୁଦ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରୁଥିବା କହିଛନ୍ତି ।

ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଚୀନ୍ ନିର୍ମିତ ପିସ୍ତଲ, ଦୁଇଟି ମାଗ୍‌ଜିନ୍‌, ୧୪ ଜୀବନ୍ତ ଗୁଳି, ଗୋଟିଏ ଆଇଡି କାର୍ଡ ଓ ଗୋଟିଏ ଆଧାର କାର୍ଡର ଫଟୋକପି ଜବତ କରିଛି ।

Comments are closed, but trackbacks and pingbacks are open.