ସେପ୍ଟେମ୍ୱର ୬ରୁ ୧୮ ଯାଏଁ ହେବ ଓଜେଇଇ

33

ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ପରୀକ୍ଷା ସେପ୍ଟେମ୍ୱର ୧୮ ତାରିଖ ଯାଏ ଚାଲିବ। ଦୈନିକ ୩ଟି ସିଫ୍ଟରେ କମ୍ପ୍ୟୁଟ୍‌ର ବେସଡ୍‌ ଟଷ୍ଟ(ସିବିଟି) ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ।ଗଣେଶ ପୂଜା ଓ ନିଟ୍‌ ପରୀକ୍ଷା ଦୃଷ୍ଟିରୁ ମଝିରେ ଗ୍ୟାପ୍‌ ଦିଆଯାଇଛି। ଗତବର୍ଷ ପରି ଚଳିତବର୍ଷ ପରୀକ୍ଷା ସିବିଟି ମୋଡ୍‌ରେ ହେବ। କେଉଁଦିନ କେଉଁ ପରୀକ୍ଷା ହେବ, ତାହାର ପୂରା ଲିଷ୍ଟ OJEE ୱେବସାଇଟ୍‌ ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ୱେବସାଇଟ୍‌ରୁ ଏହି ତଥ୍ୟ ପାଇପାରିବେ ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ରାଜ୍ୟର ସବୁ ଜିଲ୍ଲାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର। ଏହାଛଡ଼ା ରାଜ୍ୟ ବାହାରେ ୩ଟି ସ୍ଥାନକୁ ଅନଲାଇନ୍ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରାଯାଇଛି। ରାଜ୍ୟ ବାହାରେ ପାଟନା, ରାଂଚି ଓ କୋଲକାତାରେ ପରୀକ୍ଷା କେନ୍ଦ୍ର ହେବ।

Leave A Reply

Your email address will not be published.