୧୧ ବର୍ଷ ପରେ ବାପା ହେଲେ ରାମଚରଣ

888

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମର ଲୋକପ୍ରିୟ କଳାକାର ରାମଚରଣଙ୍କ ପତ୍ନୀ ଉପାସାନା ୧୧ ବର୍ଷ ପରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆପୋଲୋ ଡାକ୍ତରଖାନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । କନ୍ୟା ସନ୍ତାନର ପିତା ହେବା ନେଇ ରାମଚରଣ ବେଶ ଖୁସି ଅଛନ୍ତି । ରାମଚରଣ-ଉପାସାନାଙ୍କ ପ୍ରତି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ୨୦୧୨ ଜୁନ ୧୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମଚରଣ ଏବେ ଆରଆରଆର ଫିଲ୍ମକୁ ନେଇ ଆନ୍ତର୍ଜାତୀୟସ୍ତରରେ ଲୋକପ୍ରିୟ ହୋଇ ଉଠିଛନ୍ତି । ତାଙ୍କ ପତ୍ନୀ ପ୍ରଖ୍ୟାତ ବ୍ୟବସାୟୀ ଅନୀଲ କାନିମୋନିଙ୍କ ଝିଅ । କ୍ୟାରିୟରକୁ ପ୍ରାଥମିକତା ଦେବା ଦୃଷ୍ଟି କୋଣରୁ ଉଭୟ ଏଥିରୁ ଦୂରେଇ ରହିଥିଲେ ମଧ୍ୟ କିଛି ଦିନ ତଳେ ରାମଚରଣ ଏକ ସାକ୍ଷାତକାର କହିଥିଲେ ।

ସେ ବାପା ହେବା ପରେ ତାଙ୍କ ପ୍ରଶଂସକମାନେ ମିଠା ବାଂଟିବା ଆରମ୍ଭ କରିଛନ୍ତି । ଉଭୟ ମାଆ ଏବଂ ଝିଅ ସୁ୍‌ସ୍ଥ ଅଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ଜାରୀ ପ୍ରେସ ବିଜ୍ଞପ୍ତିରୁ କୁହାଯାଇଛି ।

Comments are closed, but trackbacks and pingbacks are open.