ବାରରେ ଲାଗିଗଲା ନିଆଁ: ଫସି ରହିଥିଲେ ୪

36

ଭୁବନେଶ୍ୱର:ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଥିବା ଭବାନୀ ମଲ୍ ନିକଟ ଏକ ବାର୍‌ରେ ଆଜି ଅପରାହ୍ଣରେ ନିଆଁ ଲାଗି ଯାଇଥିଲା । ଫଳରେ ଚାରିଆଡ  ଧୂଆଁମୟ ହୋଇ ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏହି ବାର ଭିତରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏହି ନିଆଁରେ  ୪ ଜଣ ଫସି ରହିଥିବା ଅନୁମାନ କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ  କରୁଥିଲେ । ତେବେ ଧୂଆ୍ଁ ଯୋଗୁ ଉଦ୍ଧାର କରିବାରେ ସମସ୍ୟା ଦେଖା ଦେଇଥିଲା । ଶେଷରେ ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରାଯାଇଛି । 

ସର୍ଟ ସର୍କିଟରୁ ବାର୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.