ଆଗାମୀ ଟି-20 ସିରିଜରେ ୱାପସି କରୁଛନ୍ତି ସ୍ପିଡ଼ ଷ୍ଟାର ଜସପ୍ରୀତ ବୁମରା

618

ଭାରତୀୟ ସ୍ପିଡ଼ ଷ୍ଟାର ଜସପ୍ରୀତ ବୁମରା ଏବେ ଟିମ୍ ଇଣ୍ଡିାକୁ କମ ବ୍ୟାକ୍ କରିବାକୁ ଫୁଲ୍ ପ୍ରସ୍ତୁତ ଅଛନ୍ତି । ଖବର ଅନୁଯାୟୀ, ବୁମରାଙ୍କ ଫିଟନେସ୍ ଏବେ ପ୍ରାୟ ଫେରି ସାରିଛି । ସେ ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଦଳର ଅଂଶ ହୋଇ ପାରିନ୍ତି ବୋଲି ବିଶ୍ୱାସ କରାଯାଉଛି ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ବୁମରା ଏନସିଏରେ ଶୀଘ୍ର ରିକୋଭରି କରୁଛନ୍ତି । ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ଆୟୋଜିତ ହେବାକୁ ଥିବା ଟି-20 ଦଳର ସେ ଏକ ଅଂଶ ହୋଇ ପାରନ୍ତି । ଯଦି ସବୁ ଠିକ୍ ହୁଏ, ତେବେ ବୁମରା ଅଗଷ୍ଟରେ ପଡ଼ିଆକୁ ଫେରିବାର ସମ୍ଭାବନା ଅଛି ।

Comments are closed, but trackbacks and pingbacks are open.