ସ୍କୁଲ ହଷ୍ଟେଲରେ ନିଆଁ ଲଗାଇ ଦେଲେ ଆତଙ୍କବାଦୀ; ଛାତ୍ରଛାତ୍ରୀଙ୍କୁ ମିଶାଇ ୪୦ ମୃତ

635

ଉଗାଣ୍ଡା: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍କୁଲ ଛାତ୍ରଛାତ୍ରୀ । ପଶ୍ଚିମ ଉଗାଣ୍ଡ ସହରର  ଏକ ସ୍କୁଲରେ ଆତଙ୍କବାଦୀମାନେ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଅତିକମରେ ଛାତ୍ରଛାତ୍ରୀଙ୍କୁ ମିଶାଇ ୪୦ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଛାତ୍ରଛାତ୍ରୀ ଓ ସାଧାରଣ ଲାେକଙ୍କୁ ଅପହରଣ କରି ନେଇଛନ୍ତି ।

ସ୍ଥାନୀୟ ମେୟର ଏବଂ ସ୍ଥାନୀୟ ମିଡିଆ ସୂ୍ତ୍ରରୁ ମିଳିଥିବା ଖବର ଅନୁଯାୟୀ, ମ୍ପୋଡବେ ଲୁବିରିଶ ସେକେଣ୍ଡାରୀ ସ୍କୁଲ ଉପରେ ଆତଙ୍କୀ ଆକ୍ରମଣ ହୋଇଛି ।  ୨୦ରୁ ୨୫ ଜଣ ଆତଙ୍କବାଦୀ ମିଳିତ ଭାବେ ଏହି ଆକମ୍ରଣ କରିଥିଲେ ।  ଆଇଏସଆଇଏସ ସହ ଜଡିତ ଏଡିଏଫ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଛନ୍ତି । । ଆକ୍ରମଣ ପରେ ଆତଙ୍କବାଦୀମାନେ ସ୍କୁଲ ହଷ୍ଟେଲରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ସେମାନେ ସ୍କୁଲରେ ମହଜୁଦ ଥିବା ଖାଦ୍ୟ ସାମଗ୍ରୀ ଲୁଟି ନେଇଥିଲେ ।

ତେବେ କାହିଁକି ଆତଙ୍କୀମାନେ ଏହି ସ୍କୁଲ ହଷ୍ଟେଲରେ ନିଆଁ ଲଗାଇ ଦେଇଥିଲେ ଏବଂ କିପରି ସେମାନଙ୍କର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ଜାଣିପାରିନି ପୋଲିସ । ଯାହା ବି ହେଉ,  ଗତ ୨୫ ବର୍ଷ ମଧ୍ୟରେ ଉଗାଣ୍ଡର ସ୍କୁଲ ଉପରେ ଏହା ସବୁଠାରୁ  ଆକ୍ରମଣ ।     ଅନ୍ତର୍ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ,  ଆକ୍ରମଣ ପରେ ଆତଙ୍କବାଦୀମାନେ କଙ୍ଗୋ ପଳାଇ ଯାଇଛନ୍ତି ।  ଗୁରୁତର  ୮ ଜଣଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଛି ।

ଏଡିଏଫ ପୂର୍ବରୁ ଏପ୍ରିଲ ମାସରେ ଏକ ଗାଁ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨୦ ଜଣ ଲୋକଙ୍କ ଜୀବନ ଯାଇଥିଲା ।

Comments are closed, but trackbacks and pingbacks are open.