ପୁଣି ଲାଇନଚ୍ୟୁତ ହେଲା ଟ୍ରେନ; ଓଲଟି ପଡିଲା ୫ ବଗି

17

ବରଗଡ: ପୁଣି ଲଇନଚ୍ୟୁତ ହେଲା ଟ୍ରେନ । ବାହାନଗା ଭୟଙ୍କର ଦୁର୍ଘଟଣା ପରେ  ବରଗଡରେ ମାଲବାହୀ ଟ୍ରେନ  ଲାଇନଚ୍ୟୁତ । ବରଗଡର ସମ୍ବରଧରା ନିକଟରେ   ଏହାର ୫ ଟି ବଗି ଓଲଟିପଡିଛି । ଡୁଙ୍ଗୁରି ଚୁନପଥର ଖଣିରୁ ସିମେଣ୍ଟ କାରଖାନାକୁ ଯାଉଥିବାବେଳେ ବରଗଡରେ ଲାଇନଚ୍ୟୁତ ହୋଇଯାଇଛି ଏହି ମାଲବାହୀ ଟ୍ରେନ । ଏଥିରେ କେହି ଆହତ ହୋଇନଥିବା ସୂଚନା ରହିଛି ।

ସୂଚନାରୁ ଜଣାଯାଇଛି ଯେ, ଏହି ମାଲବାହୀ ଟ୍ରେନ ଏକ ଘରୋଇ କମ୍ପାନୀର । ଦୁର୍ଘଟଣା ପରେ ସଂପୃକ୍ତ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ଏହ ସମ୍ପୂର୍ଣ୍ଣ ଭାବେ ଏକ ଘରୋଇ କମ୍ପାନୀର ଏକ ନ୍ୟରୋଗଜ ଲାଇ ।

ଏହାର ସମସ୍ତ ଉପକରଣ ଅର୍ଥାତ ଇଞ୍ଜିନ, ୱାଗନ, ଟ୍ରେନ ଟ୍ରାକ (ନ୍ୟାରୋଗଜ) କମ୍ପାନୀ ଦ୍ୱାରା ପରିଚାଳିତ । ଭାରତୀୟ ରେଳ ବିଭାଗ ସହ ଏହାର କୌଣସି ସମ୍ପର୍କ  ନାହିଁ ।

Comments are closed, but trackbacks and pingbacks are open.