ମଣିପୁରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଉପସ୍ଥିତିରେ‌ ବୈଠକରେ ଅଧ୍ୟକ୍ଷତା କଲେ ଶାହା

18

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଏବଂ  ଅନ୍ୟ ରାଜ୍ୟ ମନ୍ତ୍ରୀଙ୍କ ସହ ଏକ ‌ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସେଠାରେ ମଣିପୁରରେ ହିଂସାକୁ ନେଇ ଆଲୋଚନା କରିବା ସହ ସୁରକ୍ଷା ପରିସ୍ଥିତିର ଆକଳନ କରିଛନ୍ତି। ।

ମଣିପୁର ମେ ୩ ତାରିଖରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଉପୁଜିଛି। ରାଜ୍ୟରେ ହିଂସା ନିୟନ୍ତ୍ରଣ ବାହାରେ ହେବାରୁ ଶାହା ଚାରି ଦିନିଆ ଗସ୍ତ ପାଇଁ ସୋମବାର ମଣିପୁରରେ ପହଞ୍ଚିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଣିପୁରର ମନ୍ତ୍ରୀ, ବରିଷ୍ଠ ନେତା ତଥା ଅଧିକାରୀଙ୍କ ସହ ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଶାହା ଆଜି ବିଭିନ୍ନ ରାଉଣ୍ଡ ବୈଠକ କରିବାର ଯୋଜନା ରହିଛି।  ସ୍ଥିତି ଆକଳନ କରିବା ସହ ରାଜ୍ୟରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।
ବୁଧବାର ଦିନ ସେ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସାରା ରାଜ୍ୟରେ ଚାଲିଥିବା ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଥିବା ପଦକ୍ଷେପ ଘୋଷଣା କରିବେ। ଗୁରୁବାର ସକାଳେ ସେ ଇମ୍ଫାଲରୁ ବିମାନ ଉଡ଼ାଣ କରିବେ ବୋଲି ଜଣାପଡିଛି।

ରାଜ୍ୟରେ ହିଂସା ବୃଦ୍ଧି ପାଇଥିବା ଖବରକୁ ଦୃଷ୍ଟିରେ ରଖି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ରାଜ୍ୟବାସୀଙ୍କୁ ରାଜ୍ୟରେ ପୂର୍ବ ପରି ଅବସ୍ଥା ଫେରାଇ ଆଣିବା ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

Comments are closed, but trackbacks and pingbacks are open.