ଲୋକ ସଭା ନିର୍ବାଚନ ପୂର୍ବରୁ ପିକେଙ୍କ ବଡ ଘୋଷଣା, କହିଲେ କାହାର ବିଜୟ ପାଇଁ ଲଗାଇବେ ଶକ୍ତି

24

ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର (ପିକେ) ଜନ ସୁରଜ ପଦଯାତ୍ରାରେ ଏବେ ବିହାରରେ ଗାଁକୁ ଗାଁ ଯାଉଛନ୍ତି। ବିହାରର ଲୋକଙ୍କ ସହ ମିଶିବା ଓ ସେମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରାରେ ଯାଉଛନ୍ତି। ଏମିତି ଭାବେ ସେ କିଛି ଜିଲାରେ ପଦଯାତ୍ରା କରି ସାରିଲେଣି। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ରଖୁଛନ୍ତି। ୨୦୨୪ରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହା ପୂର୍ବରୁ ପ୍ରଶାନ୍ତ କିଶୋର ଏକ ବଡ଼ ଘୋଷଣା କରିଛନ୍ତି। ଗୁରୁବାର ପି.କେ.ଙ୍କ ବୟାନ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରାର୍ଥୀଙ୍କୁ କିପରି ସାହାଯ୍ୟ କରିବେ।

ଗୁରୁବାର ପ୍ରଶାନ୍ତ କିଶୋରଙ୍କ ଭିଡିଓ ବୟାନ ଜାରି କରାଯାଇଛି। ଏଥିରେ ପ୍ରଶାନ୍ତ କିଶୋର କହିଛନ୍ତି- ‘ଯଦି ମୁଁ ନେତା ଓ ଦଳମାନଙ୍କୁ ପରାମର୍ଶ ଦେଇ ଜିତି ପାରିବି, ତେବେ ମୋତେ ବିଶ୍ୱାସ କର, ମୁଁ ବିହାରର ଲୋକମାନଙ୍କ ଉପରେ ମଧ୍ୟ ବିଜୟୀ ହୋଇପାରିବି। ଏହି ପୂରା ଅଭିଯାନରେ ଆମେ ଏପରି ଲୋକମାନଙ୍କୁ ଖୋଜି ବାହାର କରିବୁ ଓ ସେମାନଙ୍କ ସହ ଆମର ସମ୍ପୂର୍ଣ୍ଣ ଶପ୍ତି, ବୁଦ୍ଧି, ସଂସାଧନ ଲଗାଇବୁ ଓ ସେମାନଙ୍କୁ ବିଜୟୀ କରିବୁ। ଯେତେବେଳେ ଜଣେ ସଚ୍ଚୋଟ ବ୍ୟକ୍ତି ବିଜୟୀ ହୁଅନ୍ତି, ସେତେବେଳେ ସ୍ଥିତିରେ ଉନ୍ନତି ଆସିଥାଏ।

Comments are closed, but trackbacks and pingbacks are open.