ଶେଷ ହେଲା ନିର୍ବନ୍ଧ; ହେଲେ ମୋବାଇଲକୁ କାହିଁକି ମନା କଲେ ରାଘବ ?

76

ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ବହୁଚର୍ଚ୍ଚିତ ନିର୍ବନ୍ଧ ଶନିବାର ରାଜଧାନୀର କପୁରତାଲା ହାଉସ୍‌ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପରିଣୀତିଙ୍କ ଭଉଣୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଭଗୱନ୍ତ ମାନ୍‌, ଶିବସେନା ନେତା ଆଦିତ୍ୟ ଠାକ୍‌ରେଙ୍କ ସହ ଉଭୟ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।

ପଞ୍ଜାବୀ ରୀତିନୀତିରେ ନିର୍ବନ୍ଧ ହୋଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ପରିଣୀତି ଓ ରାଘବଙ୍କର ନିର୍ବନ୍ଧରେ ଫଟୋ ଓ ଭିଡିଓ ଯେପରି ଲିକ୍ ନ ହୋଇଯାଉ ସେନେଇ ମୋବାଇଲ୍ ବ୍ୟାନ୍ କରାଯାଇଛି ।

ସମସ୍ତ ଅତିଥିଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମାରୋହ ଭେନ୍ୟୁ ଗେଟରେ ସୁରକ୍ଷା ପରିଚାଳନା କମ୍ପାନୀର ଜଣେ ଅଧିକାରୀ ମୋବାଇଲ୍ ସଂଗ୍ରହ କରୁଛନ୍ତି ।

Comments are closed, but trackbacks and pingbacks are open.