ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ସନତନଙ୍କ ଭୁବନେଶ୍ବର, କେନ୍ଦୁଝର ଓ ଯୋଡ଼ା ଘର ସମେତ ମୋଟ୍ ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଥିବା ସୂଚନା ମିଳିଛି। ଏଥିରେ ବିଭାଗର ୨୦ଜଣିଆ ଟିମ୍ ସାମିଲ ଥିବା କୁହାଯାଉଛି।
ସେପଟେ ରାଜଧାନୀର ସହିଦ ନଗରରେ ଥିବା ତାଙ୍କ ଘରେ ଏବଂ ତାଙ୍କ ପିଏ ବିକାଶ ମହାନ୍ତିଙ୍କ ଘରେ ଚଢ଼ଉ ଜାରି ରହିଛି। ଏହାଛଡ଼ା ଘର ପା୍ଖରେ ଥିବା ଏକ ଘରେ ବି ଚଢ଼ଉ କରାଯାଉଛି। ଭୋର ୫ଟା ସମୟରୁ ୬ଟି କାରରେ ଆୟକର ବିଭାଗ ଟିମ୍ ଆସି ରାଜଧାନୀରେ ଚଢ଼ଉ କରୁଛନ୍ତି। ଘର ସାମ୍ନାରେ ବିଏସଏଫ ଯବାନ ମୁତୟନ ହୋଇଛନ୍ତି। ତେବେ ଏନେଇ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ରେଡ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ ଯେ, ସନାତନ ମହାକୁଡ଼ କେନ୍ଦୁଝର ଜିଲ୍ଲାର ଜଣେ ପ୍ରଭାବଶାଳୀ ରାଜନେତା ଅଟନ୍ତି। ସେ ୨୦୧୪ରୁ ୨୦୧୯ ଯାଏ ଚମ୍ପୁଆର ବିଧାୟକ ଥିଲେ।
Comments are closed, but trackbacks and pingbacks are open.