ବ୍ରିଗେଡିୟର ଓ ଉପର ରାଙ୍କର ଅଧିକାରୀ ପିନ୍ଧିବେ ସମାନ ୟୁନିଫର୍ମ

25

ଭାରତୀୟ ସେନା ନିଜର ୟୁନିଫର୍ମରେ ପରିବର୍ତ୍ତନ କରିବାକୁ ଯାଉଛି। ସେନାରେ ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ପାଇଁ ସମାନ ୟୁନିଫର୍ମ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ନିକଟରେ ଶେଷ ହୋଇଥିବା ସେନା କମାଣ୍ଡର ସମ୍ମିଳନୀରେ ବିସ୍ତୃତ ବିଚାର ପରେ ଏହି ନିଷ୍ପତ୍ତି ନିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏଣିକି ଭାରତୀୟ ତେବେ କର୍ଣ୍ଣେଲ ପଦବୀ ଏବଂ ତଳ ଅଧିକାରୀଙ୍କ ୟୁନିଫର୍ମରେ କୌଣସି ପରିବର୍ତ୍ତନ ହେବ ନାହିଁ। ଫ୍ଲାଗ ରାଙ୍କ (ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ) ର ବରିଷ୍ଠ ଅଧିକାରୀଙ୍କ ହେଡଗୀୟର୍, କାନ୍ଧର ବ୍ୟାଜ୍, ବେଲ୍ଟ ଏବଂ ଜୋତା ବର୍ତ୍ତମାନ ଏକା ଭଳି ରହିବ। ଏହି ସବୁ ପରିବର୍ତ୍ତନ ଚଳିତ ବର୍ଷ ୧ ଅଗଷ୍ଟରୁ କାର୍ଯ୍ୟକାରୀ ହେବ। ତେବେ ଭାରତୀୟ ସେନାରେ କର୍ଣ୍ଣଲ ପଦବୀ ଏବଂ ତଳ ରାଙ୍କର ଅଧିକାରୀ ପିନ୍ଧୁଥିବା ୟୁନିଫର୍ମରେ କୌଣସି ପରିବର୍ତ୍ତନ ହେବ ନାହିଁ।

ସୂଚନାଯୋଗ୍ୟ ଯେ, ଭାରତୀୟ ସେନାରେ ମୋଟ ୧୬ଟି ରାଙ୍କ ରହିଥାଏ। ଏହି ର଼୍ୟାଙ୍କଗୁଡିକ ତିନୋଟି ଶ୍ରେଣୀରେ ବିଭକ୍ତ। ସେନାରେ ବ୍ରିଗେଡିଅର ଓ ଉପର ରାଙ୍କର ଅଧିକାରୀ ସେମାନେ ହୋଇଥାନ୍ତି, ଯେଉଁମାନେ ପୂର୍ବରୁ ହିଁ ୟୁନିଟ୍, ବାଟାଲିଅନର ଦାୟିତ୍ବ ଗ୍ରହଣ କରିସାରିଛନ୍ତି ଓ ଅଧିକାଂଶ ମୁଖ୍ୟାଳୟ କିମ୍ବା ପ୍ରତିଷ୍ଠାନରେ ମୁତୟନ ହୋଇଥାନ୍ତି।

Comments are closed, but trackbacks and pingbacks are open.