ବାୟୁସେନା ବିମାନ MIG-21ଦୁର୍ଘଟଣାଗ୍ରସ୍ତ: ୨ ମୃତ

26

ପୁଣି ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନର ହନୁମାନଗଡରେ ବାୟୁସେନାର MIG-21 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ବାୟୁସେନାର ଫାଇଟର ଜେଟ୍‌ ମିଗ୍‌-୨୧ ଏକ ଘର ଉପରେ ଖସି ପଡିଛି। ବିମାନ ଖସିବା ଯୋଗୁ ଜଣେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।କିନ୍ତୁ ଏହି ଦୁର୍ଘଟଣାରେ ବିମାନର ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି।

ସ୍ଥାନୀୟ ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ସେନାର ଯୁଦ୍ଧ ବିମାନ MiG 21 ନିୟନ୍ତ୍ରଣ ବାହାରକୁ ଯାଇ ଘର ଛାତ ଉପରେ ପଡ଼ିଯାଇଥିବା କୁହାଯାଉଛି। ବିମାନର ଖଣ୍ଡଗୁଡ଼ିକ ଘଟଣାସ୍ଥଳରେ ପଡ଼ିରହିଛି। ବିମାନ ଦୁର୍ଘଟଣା ପରେ ସେଠାରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଉକ୍ତ ଘରେ ଥିବା ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି।

ଅନ୍ୟ ଜଣେ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବିମାନରେ ଥିବା ଉଭୟ ପାଇଲଟ ଦୁର୍ଘଟଣାରେ ସୁରକ୍ଷିତ ଅଛନ୍ତି।

Comments are closed, but trackbacks and pingbacks are open.