ଦୀପକ ପୁନିଆ ଙ୍କ ହାରିବା ପରେ ତାଙ୍କ କୋଚ ରେଫରୀ ଙ୍କୁ ଆକ୍ରମଣ ପରେ ଅଲିମ୍ପିକରୁ ବାହାର

18

ଭାରତୀୟ ରେସଲର ଦୀପକ ପୁନିଆ ଟୋକିଓ ଅଲିମ୍ପିକ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି । ଏବେ ତାଙ୍କର ବିଦେଶୀ କୋଚ ମୋରାଡ ଗେଡ୍ରୋଭଙ୍କ ନେଇ ଏକ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ମ୍ୟାଚ ପରେ ତାଙ୍କୁ ଟୋକିଓ ଅଲିମ୍ପିକରୁ ବାହାର କରିଦିଆଯାଇଛି । ମୋରାଡଙ୍କ ଉପରେ ଅଭିଯୋଗ ଆସିଥିଲା
ଦୀପକ ପୁନିଆଙ୍କୁ ବ୍ରୋଞ୍ଚ ମେଡାଲ ପରେ ଗେଡ୍ରୋଭ ରେଫରୀଙ୍କ ରୁମକୁ ଯାଇଥିଲେ ଏବଂ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ବିଶ୍ୱ କୁସ୍ତି ଏକାଡେମୀ (FILA) ତୁରନ୍ତ ଆଇଓସିକୁ ଏହି ମାମଲାର ସୂଚନା ଦେଇଥିଲେ ଏହା ସହ ଶୁଣାଣି ପାଇଁ ଭାରତୀୟ କୁସ୍ତି ମହାସଂଘଙ୍କୁ (WFI) ମଧ୍ୟ ଡକାଯାଇଥିଲା । ଅବଶ୍ୟ ମହାସଂଘ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲା ଏବଂ ତାଙ୍କୁ ଚେତାବନୀ ଦେଇ ଛାଡ଼ି ଦିଆଯାଇଛି । ଗେଡ୍ରୋଭଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ,ଯାହା ଉପରେ ମହାସଂଘ ସୂଚନା ଦେଇଛନ୍ତି ଯେ ତାଙ୍କ ମାନ୍ୟତା ରଦ୍ଦ କରିଦିଆଯାଇଛି ,ଏବଂ ତାଙ୍କୁ ଖେଳ ଗାଁ ରୁ ବାହାର କରି ଦିଆ ଯାଇଛି I

Leave A Reply

Your email address will not be published.