ସମ୍ଭାବ୍ୟ ବାତ୍ୟା କୁଆଡେ ଯିବ ? କେଉଁ ଦିଗକୁ ମୁହାଁଇବ ? ପୂର୍ବାନୁମାନ କଲେ ବିଭିନ୍ନ ପାଣିପାଗ ବିଭାଗ

16

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟା ରୂପ ନେଇପାରେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବାତ୍ୟା ମୋଖା ଦେଶର ପୂର୍ବ ଉପକୂଳରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି ।

ଆଇଏମଡି ତଥ୍ୟ ଆଧାରରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କୁହାଯାଇଛି, ଏହି ବାତ୍ୟା ଓଡ଼ଶା-ପଣ୍ଚିମ ବଙ୍ଗ ମଝିରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।ପ୍ରାୟତଃ ଏହା ମେ ୭ ତାରିଖରୁ ୯ ତାରିଖ ମଧ୍ୟରେ ଲାଣ୍ଡଫଲ କରିପାରେ ।

ଆଇଏମଡିର କହବା ଅନୁଯାୟୀ, ମେ ୬ ତାରିଖଣେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଦେଖା ଦେଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇପାରେ  । ଏହାର ପ୍ରଭାବରେ ଲଘୁଚାପ ହୋଇପାରେ ।  ମେ’ ୮ ତାରିଖରେ  ଏହା ଅବପାତର ରୂପ ନେଇପାରେ । ଏହାପରେ ବାତ୍ୟା ରୂପ ନେଇ କେନ୍ଦ୍ରୀୟ ବଙ୍ଗୋପ ସଗାରର ଉତ୍ତର ଦିଗକୁ ଗତି କରିପାରେ । ତେବେ ଲଘୁଚାପ ହେବା ପରେ ହିଁ ଏହାର ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମଡି କହିଛି ।

Comments are closed, but trackbacks and pingbacks are open.