ଦୈନିକ ଭାଗ୍ୟଫଳ

21

ରାଶିଫଳ:୦୫-୦୫-୨୦୨୩ ଶୁକ୍ରବାର : ଆଜି ଉତ୍ତରା ଫାଲଗୁନି ନକ୍ଷତ୍ର ଏବଂ ଚନ୍ଦ୍ର ତୁଳା ରାଶିରେ,ଶନି କୁମ୍ଭରେ ଏବଂ ବୃହସ୍ପତି ଓ ସୂର୍ଯ୍ୟ ମେଷ ରାଶିରେ ରହୁଥିବାରୁ ତୁଳା ରାଶିର ବ୍ୟକ୍ତିମାନେ ସଫଳତା ହାସଲ କରିବେ I ମେଷ ଏବଂ ମିଥୁନର ରାଶିର ବ୍ୟକ୍ତିମାନେ ବୈଷୟିକ ଏବଂ ପରିଚାଳନା କ୍ଷେତ୍ରରେ ବିଦ୍ୟାର୍ଥୀ ମାନେ ଚାକିରିରେ ନୂତନ ସୁଯୋଗ ଲାଭ କରିବେ I ବୃଷ ରାଶିରବ୍ୟକ୍ତିମାନେ ଗାଡି ଚଳାଇବାରେ ସାବଧାନତା ଅବଲମ୍ବନ କରନ୍ତୁ I ଆସନ୍ତୁ ଜାଣିବା ଅନ୍ୟରାଶି ମାନଙ୍କ ବିଷୟରେ :

ମେଷ : ବ୍ୟବସାୟରେ ଲାଭ ଦେବ I ବିଦ୍ୟାର୍ଥୀ ମାନେ ସେମାନଙ୍କର ପ୍ରଦର୍ଶନରେ ଖୁସି ହେବେ I କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନ ପାଇବେ Iରାଜନେତାମାନେ ଉପକୃତ ହେବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ I

ଶୁଭ ରଙ୍ଗ -ଧଳା ଏବଂ ନାଲି I

ବୃଷ : ବିଦ୍ୟାର୍ଥୀ ମାନେ ଉପକୃତ ହେବେ I ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ I ଅର୍ଥ ଲାଭ ହେବ I ଉଚ୍ଚ ପଦାଧିକାରୀଙ୍କ ସହ ବିବାଦ ହୋଇପାରେ। ପିତା,ମାତାଙ୍କର ଆଶୀର୍ବାଦ ମିଳିବ I

ଶୁଭ ରଙ୍ଗ -ହଳଦିଆ ଏବଂ ନାଲି I

ମିଥୁନ : ବ୍ୟବସାୟରେ ଉନ୍ନତି I ଶିକ୍ଷା କ୍ଷେତ୍ରରେ ଅଗ୍ରଗତି I ଆଜି ଆପଣ ଯାହା ବି କାମ ହାତକୁ ନେବେ, ତାହା ପୂରା ହେବାର ସମ୍ଭାବନା ଅଛି। ମନ ଖୁସି ରହିବ। ଅବିବାହିତ ଲୋକମାନଙ୍କୁ କୌଣସି ବିବାହ ସମାରୋହରେ ନିଜ ଜୀବନସାଥୀ ମିଳିପାରେ।

ଶୁଭ ରଙ୍ଗ -ନୀଳ ଓ ଆକାଶୀ I

କର୍କଟ:କାର୍ଯ୍ୟକ୍ଷେତ୍ରରେ ସଫଳତା I ସ୍ୱାସ୍ଥ୍ୟରେ ଉନ୍ନତି Iଆଜି ଆପଣ ସତର୍କ ରହିବା ଉଚିତ୍‌, କାରଣ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ବିଗିଡ଼ିପାରେ। ଆଜି ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଶୁଭ ରଙ୍ଗ -ଧଳା ଓ ଆକାଶୀ I

ସିଂହ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ। ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟରେ ବାକି ପଡିଥିବା ଅର୍ଥ ହସ୍ତଗତ ହେବ। ଶତ୍ରୁମାନେ ପରାଜିତ ହୋଇ ମିତ୍ରତାର ହାତ ବଢାଇବେ ।

ଶୁଭ ରଙ୍ଗ -ଲାଲ ଓ କମଳା I

କନ୍ୟା: କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ ।ପରିଶ୍ରମ ଅନୁଯାୟୀ ଆଶାଜନକ ପାରିଶ୍ରମିକ ମିଳିବ ଗୃହ କିମ୍ବା ଯାନବାହନ କିଣିବାକୁ ଯୋଜନା ପ୍ରସ୍ତୁତ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ ।

ଶୁଭ ରଙ୍ଗ -ଧଳା ଓ ହଳଦିଆ I

ତୁଳା : ଚାକିରିର ଅଗ୍ରଗତି କରି ଖୁସି ହେବେ I ସହକର୍ମୀଙ୍କ ସହଯୋଗ ପାଇବେ I ଆର୍ଥିକ ଅଭିବୃଦ୍ଧି ଘଟିବ Iବନ୍ଧୁ ଦର୍ଶନ ହେବ I ପାରିବାରିକ ଜୀବନ ସୁଖମୟ ହେବ I

ଶୁଭ ରଙ୍ଗ -ନୀଳ ଓ କମଳା I

ବିଛା : ଆଜି ବ୍ୟବସାୟରେ ସଫଳତା ମିଳିବ I ଜମି ଜମା ବିବାଦରୁ ମୁକ୍ତି I ପରିବାରରେ ସୁଖ ସୌହାର୍ଦ୍ଧ୍ୱ ବଢିବ I ଦାମ୍ପତ୍ୟ ଜୀବନରେ ସୁଖୀ ହେବେ I ଯାନ ବାହନ କିଣି ପାରନ୍ତି I ଗୁରୁଜନଙ୍କ ଆଶୀର୍ବାଦ ପାଇବେ I

ଶୁଭ ରଙ୍ଗ – ବାଇଗଣୀ I

ଧନୁ: ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ, ଉଧାର ଦେଇ ଫେରି ପାଇବା ସହଜ ହେବ । ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଛାତ୍ରଛାତ୍ରୀ ମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ପାଇବ ।

ଶୁଭ ରଙ୍ଗ – ନୀଳ ଓ ସବୁଜ I

ମକର: ଆଜି ବାରମ୍ବାର ଆପଣଙ୍କୁ ମୁଣ୍ଡବିନ୍ଧା ହୋଇପାରେ। ଆପଣଙ୍କ ସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ। ଆଜି ଆପଣଙ୍କୁ ଗାଡ଼ି ଚଳାଇବା ସମୟରେ ସତର୍କ କରିବାକୁ ପଡ଼ିବ।

ଶୁଭ ରଙ୍ଗ – ସବୁଜ ଓ ବାଇଗଣୀ I

କୁମ୍ଭ : ଦିନଟି ଶୁଭଙ୍କର ହେବ I କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ I ବନ୍ଧୁ ବିଶ୍ୱାସ ଘାତକତା କରି ପାରନ୍ତି I ଚାକିରୀରେ ସ୍ଥାନ ପରିବର୍ତନ ହେଇପାରେ I ଦୂର ଯାତ୍ରା କରି ପାରନ୍ତି I

ଶୁଭ ରଙ୍ଗ -ନୀଳ ଏବଂ ଆକାଶୀ I

ମୀନ : କର୍ମକ୍ଷେତ୍ରରେ ଉନ୍ନତି I ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ I ଚାକିରୀ କ୍ଷେତ୍ରରେ ସ୍ଥାନ ପରିବର୍ତନ କରି ପାରନ୍ତି I ପୁରୁଣା ରୋଗ ମୁଣ୍ଡ ଟେକିବେ I

ଶୁଭ ରଙ୍ଗ -ହଳଦିଆ ଓ କମଳା I

Comments are closed, but trackbacks and pingbacks are open.