5T ସଚିବଙ୍କ ମହାନତା ,ଏମସରେ ଆଇସିୟୁ ଖାଲି ନଥିବାରୁ ଗୁରୁତର ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ପାଣ୍ଡିଆନ

18

ଭୁବନେଶ୍ୱର : ୫ଟି ସଚିବଙ୍କ ମହାନତା I ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ସହାୟତାର ହାତ ବଢ଼ାଇଲେ ଭି.କେ ପାଣ୍ଡିଆନ I ରତ୍ନାକର ଜାଲି ନାମକ ଜଣେ ବ୍ୟକ୍ତି ଖୋର୍ଦ୍ଧାରୁ ଭୁବନେଶ୍ୱର ଷ୍ଟେସନକୁ ଟ୍ରେନ ଯୋଗେ ଯାଉଥିଲେ। ସେ ଓଲ୍ଲାଇବା ବେଳେ ପଡିଗଲେ ଟ୍ରେନରେ ହାତ କଟିଗଲା ତାକୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁ ବେଡ଼ର ଅଭାବ ଥିଲା ଏହି ଘଟଣା ଜାଣିବା ପରେ ସାହାଯ୍ୟ କରିଥିଲେ ପାଣ୍ଡିଆନ୍।

ଘଟନାନୁସାରେ ଗଞ୍ଜାମ ଜିଲ୍ଲା ଖୋଲିକୋଟ ବ୍ଲକର ସାମଲନାସି ଅଞ୍ଚଳର ରତ୍ନାକର ଜାଲି ନାମକ ଜଣେ ବ୍ୟକ୍ତି ଖୋର୍ଦ୍ଧାରୁ ଭୁବନେଶ୍ୱର ଷ୍ଟେସନକୁ ଟ୍ରେନ ଯୋଗେ ଯାଉଥିଲେ। ସେ ଓଲ୍ଲାଇବା ବେଳେ ପଡିଗଲେ ଟ୍ରେନରେ ହାତ କଟିଗଲା। ସଙ୍ଗେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ସ୍ଥାନୀୟ ଲୋକ ତାକୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଆଇସିୟୁ ବେଡ଼ର ଅଭାବ ଥିଲା ଏବଂ ପାଖରେ ଅର୍ଥର ଅଭାବ ଥିଲା। ଏ ସମୟରେ ଏମସ୍ ହସ୍ପିଟାଲ ଡାକ୍ତର କହିଲେ ଯେ ତାଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ନେଇଯାଅ । ତୁରନ୍ତ ଆଇସିୟୁ ଯଦି ନହେବ ତାହାଲେ ସେ ବଞ୍ଚିବା ଅସମ୍ଭବ ହେଇଯିବ। ଏ ବିଷୟରେ ଶୁଣିବା ପରେ ତାଙ୍କ ପରିବାର ଉପରେ ଦୁଃଖର ବଜ୍ର ପ୍ରହାର ପରିଲା ଭଳି ଲାଗିଲା।

ଏ ସମୟରେ ବ୍ରହ୍ମପୁରର ସମାଜସେବୀ ପ୍ରବୀର ପଣ୍ଡା ନାମକ ଏକ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କଲ୍‌ କରି ଏ ବିଷୟରେ ଜଣାଇଲେ। ଏହି ଖବର ପହଁଚିଲା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ପାଖରେ। ଆଉ ଏହା ପରେ ପାଣ୍ଡିଆନ ଖବରକୁ ଗୁରୁତର ଭାବେ ନେଈ ତୁରନ୍ତ ଉକ୍ତ ବ୍ୟକ୍ତିକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସେବା ଯୋଗାଇବାର ବ୍ୟବସ୍ଥା କରିଥିଲେ। ୫ଟି ସଚିବ ଭିକେ ପାଣ୍ଡିଆନ ଭୁବନେଶ୍ବର ସମ୍‌ ହସ୍ପିଟାଲକୁ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ନିର୍ଦେଶ ଦେବା ପରେ ତାଙ୍କୁ ତୁରନ୍ତ ମେଡିକାଲ ଆଣି ଚିିକତ୍ସା କରାଗଲା। ଏଥି ସହିତ ଉକ୍ତ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ତଦାରଖ କରିବା ପାଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ। ଯାହା ପରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଗଲା। ଏଥି ସହିତ ତାଙ୍କ ମାଗଣାରେ ଅପରେସନ୍‌ କରାଯିବା ପରେ ବର୍ତ୍ତମାନ ଦୁର୍ଘଟଣାଗ୍ରସ୍ତ ରତ୍ନାକର ଜାଲି ସୁସ୍ଥ ଅଛନ୍ତି। ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଏଭଳି ତ୍ୱରିତ ପଦକ୍ଷେପ ପାଇ ଏକ ଅସହାୟର ଜୀବନ ରକ୍ଷା ହେଇପାରିଲା। ତେଣୁ ବିଭିନ୍ନ ମହଲରୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ପରିବାର ଲୋକବି ୫ଟି ସଚିବଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed, but trackbacks and pingbacks are open.