ଅଙ୍କୋଲା ରାଲିରେ କଂଗ୍ରେସ ଉପରେ ବର୍ଷିଲେ ମୋଦି

19

 ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଅର୍ଥାତ୍‌ ମେ’ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ଏହାର ଫଳାଫଳ ୧୩ ମେ’ରେ ଆସିବ। ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ଜୋରଦାର ନିର୍ବାଚନ ପ୍ରଚାର କରି ଭୋଟଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ଉତ୍ତର କନ୍ନଡ ଜିଲା ଅଙ୍କୋଲାରେ ବୁଧବାର ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି।

ସେଠାରେ ସେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି।
ମୋଦି କହିଛନ୍ତି, ବିରୋଧୀ କେବଳ ଗାଳି ପଲିଟିକ୍ସ ଜାଣିଛନ୍ତି। ସେମାନେ ଆମକୁ ହରାଇ ପାରିବେ ନାହିଁ, ସେଥିପାଇଁ ଗାଳି ଦେଉଛନ୍ତି। କର୍ନାଟକର ଲୋକେ ଗାଳି ରାଜନୀତିକୁ ଖାରଜ କରୁଛନ୍ତି, ତେଣୁ ମୋତେ ଗାଳି ଦେଉଥିବା ସମସ୍ତ ଭୋଟର କଂଗ୍ରେସକୁ ବୁଦ୍ଧି ଶିଖାଇବେ। ଆମକୁ କର୍ନାଟକକୁ ନମ୍ବର ଓ୍ବାନ ରାଜ୍ୟ କରି ଗଢିବାର ଅଛି। ସେଥିପାଇଁ ଆପଣଙ୍କୁ ଭାଜପାକୁ ଭୋଟ ଦେବାକୁ ପଡିବ।
ମୋଦି କହିଛନ୍ତି, କଂଗ୍ରେସ ତା’ ଦଶକ ମଧ୍ୟରେ କୁଶାସନ ଯୋଗୁ ଜନତାଙ୍କ ବିଶ୍ୱାସ ହରାଇଛି। ସେଥିପାଇଁ ମିଛ ଅଭିଯୋଗ ଓ ମିଛ ଗ୍ୟାରେଣ୍ଟି ଦେଉଛି। ଏବେ ଏହା ଏକମାତ୍ର ସାହାର ରହିଛି। କଂଗ୍ରେସ ଆଜି ବି କର୍ନାଟକରେ ପ୍ରତି ଯୋଜନାରେ୮୦ ପ୍ରତିଶତ କମିଶନ ଖାଇବାକୁ ପ୍ରସ୍ତୁତ ହୋଇ ରହିଛି। ମୋଦି ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ୪ କୋଟି ୨୦ ଲକ୍ଷ ନକଲି ନାମରେ ରାଶନ ଦେଇଛି। ୪ କୋଟି ନକଲି ନାମକୁ ଗ୍ୟାସ ସବସିଡି ଦେଇଛି। ୧ କୋଟି ନକଲି ନାମକୁ ମହିଳା କଲ୍ୟାଣ ନାମରେ ଟଙ୍କା ଦେଇଛି, ୩୦ ଲକ୍ଷ ନକଲ ବିଦ୍ୟାର୍ଥୀଙ୍କୁ ଛାତ୍ର ବୃତ୍ତି ପଠାଉଥିଲା।

Comments are closed, but trackbacks and pingbacks are open.