ଏଥର ସଫଳ ହେବ ନବୀନ-ନୀତୀଶ ଭେଟଘାଟ?

25

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ନୀତୀଶ ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଏହି କ୍ରମରେ ଓଡ଼ିଶାର ମୁଖ୍ଯମନ୍ତ୍ରୀଙ୍କୁ ଭେଟିବେ ଜେଡିୟୁ ସୁୁପ୍ରିମୋ। ଦେଶର ସମସ୍ତ ବିରୋଧୀ ଦଳକୁ ଏକତ୍ର କରିବାରେ ନିୟୋଜିତ ଅଛନ୍ତି ନୀତୀଶ।

ଦିଲ୍ଲୀରେ କଂଗ୍ରେସ, ଉତ୍ତରପ୍ରଦେଶର ଅଖିଳେଶ ଯାଦବ ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କୁ ଭେଟିବା ପରେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସୁଛନ୍ତି। ମେ ୫’ରେ ବିରୋଧୀ ଏକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସୂଚନା ରହିଛି।

ଅନ୍ତିମ ଥର ପାଇଁ ନୀତୀଶ କୁମାର ୨୦୧୭ ମେ ୭ରେ ଓଡ଼ିଶା ଆସିଥିଲେ ନୀତୀଶ କୁମାର। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସେତେବେଳେ ତାଙ୍କ ସହିତ ସାଙ୍ଗରେ ଥିଲେ ଶରଦ ଯାଦବ। ଯାହାଙ୍କର ନିକଟରେ ପରୋଲକ ହୋଇଯାଇଛି। ସେତେବେଳେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ପାଇଁ ତୃତୀୟ ସାମ୍ମୁଖ୍ୟ କଥା ଆଲୋଚନା ହେଉଥିଲା। ଆଉ ଜେଡିୟୁର ଏହି ବରିଷ୍ଠ ନେତା ଆସି ନବୀନଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ। ଆଉ ଏବେ ଦୀର୍ଘ ୬ ମାସ ପରେ ସମାନ ମେ ମାସରେ ନୀତୀଶ ଆସୁଛନ୍ତି ନବୀନଙ୍କୁ ଭେଟିବାକୁ।

Comments are closed, but trackbacks and pingbacks are open.