ବରମୁଣ୍ଡା ବସ୍ ଟର୍ମିନାଲ ପ୍ରସ୍ଥାନ ପଥ ରାସ୍ତା ନିର୍ମାଣ ପାଇଁ ହଟିଲା ଜବରଦଖଲ
ଭୁବନେଶ୍ୱର(): ବରମୁଣ୍ଡା ଆନ୍ତଃ ରାଜ୍ଯ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ଯ ଜୋରସୋରରେ ଆଗେଇ ଚାଲିଛି ତେବେ ବସ୍ ଷ୍ଟାଣ୍ଡର ପ୍ରସ୍ଥାନ ପଥରେ ଜବରଦଖଲ ଯୋଗୁ ନିର୍ମାଣ କାର୍ଯ୍ଯରେ ବାଧକ ହୋଇଥିଲା ବିଡିଏ ପକ୍ଷରୁ ଏହସବୁ ଜବରଦଖଲ ଉଚ୍ଛେଦ କରିବା ସହିତ 450ଡିସିମିଲ ଜମିକୁ ଜବରଦଖଲମୁକ୍ତ କରାଯାଇଛି
ଏହି ପ୍ରସ୍ଥାନ ଜାଗାରେ କିିଛି ପ୍ରଭାବଶାଳୀ ବ୍ଯକ୍ତି ଘର କରି ରହୁଥିଲେ ଏମିତିକି ସେଠାରେ ଛାତ ଘର ବି ନିର୍ମାଣ ହୋଇଥିଲା ଏହି ଉଚ୍ଛେଦରେ 25ଟି ଟିଣ ଓ ଆଜବେଷ୍ଟସ ନିର୍ମିତ ଘର, 11ଟି ଶୌଚାଳୟ, 200 ପୁଟର ପାଚେରୀ, 6 ବଖରା ଛାତ ଘର, ଗୋଟିଏ ଦୋକାନ, 3ଟି ଆଜବେଷ୍ଟସ ଦୋକାନ ଭଙ୍ଗାଯାଇଥିଲା ପ୍ରାୟ 450 ଡିସିମିଲର ଜମିକୁ ଜବରଦଖଲମୁକ୍ତ କରିଛି ବିଡିଏ ଏନଫୋର୍ସମେଣ୍ଟ ଟିମ୍ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ଶ୍ୱେତ କୁମାର ଦାଶ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏର ସହକାରୀ ନିର୍ଦ୍ଦଶକ ଅମୀୟ ଦାସ, ଭରତପୁର ଥାନା ଆଇଆଇସି ବିଭୁଦତ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ
Comments are closed, but trackbacks and pingbacks are open.