ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ଵ ଗ୍ରହଣ କଲେ ଆଇଏଏସ ରଞ୍ଜନ ଦାସ 

21

ପୁରୀ: ଶ୍ରୀମନ୍ଦିର ନୂତନ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇଏଏସ ରଞ୍ଜନ କୁମାର ଦାସ  । ସେ  ପୂର୍ବତନ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଠାରୁ  ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ କରିବା ପରେ ସେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ,ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ରଞ୍ଜନ କୁମାର ଦାସ ୨00୭ ବ୍ୟାଚର ଆଇଏଏସ । ଦାୟିତ୍ୱ ଗ୍ରହଣ କରବା ପରେ ତାଙ୍କ ପାଇଁ ବଡ ଆହ୍ୱାନ ହେଉଛି  ଆଗାମୀ ରଥଯାତ୍ରା  ।ମହାପ୍ରଭୁଙ୍କ ଆଶୀର୍ବାଦରେ ଚଳିତ ବର୍ଷର ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ବୋଲି ସେ ଆଶା ରଖିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟ ଏକ ବଡ ଚାଲେଞ୍ଜ।ସମସ୍ତଙ୍କ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ଶେଷ ହେବ ବୋଲି ସେ କହିଛନ୍ତି ।

ସବୁ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରି ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ଶେଷ କରିବା ପାଇଁ ସେ ଉଦ୍ୟମ କରିବେ। ଭକ୍ତ ,ଶ୍ରଦ୍ଧାଳୁ ଯେଭଳି ଦର୍ଶନ ସହ ପୁରୀରୁ ଏକ ସୁଖଦ ଅନୁଭୂତି ନେଇ ଫେରିବା ତାହା ସମସ୍ତଙ୍କ ମୂଳ ଲକ୍ଷ୍ୟ। ରତ୍ନଭଣ୍ଡାର ଖୋଲିବା ନିଷ୍ପତି ରାଜ୍ୟ ସରକାର ନେବେ ବୋଲି ସେ କହିଛନ୍ତି।

ସେବାୟତଙ୍କ ପିଲାଙ୍କ ପାଇଁ ହେଉଥିବା ଗୁରୁକୁଳ ,ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେଉଥିବା ସମସ୍ତ ପ୍ରକଳ୍ପ ନେଇ ସେ ଖୁବଶୀଘ୍ର ବୈଠକ କରିବେ।ମହାପ୍ରଭୁଙ୍କ କରୁଣା ଓ ଆଶୀର୍ବାଦରୁ ସମସ୍ତ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସରିବ ବୋଲି ଦର୍ଶନ ପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ।

Comments are closed, but trackbacks and pingbacks are open.