ମଇ ୧୨ ରୁ ଜୁନ୍ ୧୦ ସଂଘ ପ୍ରଶିକ୍ଷଣ ବର୍ଗ

28

 ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସ୍ଏସ୍) ଦୃଷ୍ଟିକୋଣରେ ସଂଘ ଶିକ୍ଷା ବର୍ଗ ସଂଘର ସ୍ବୟଂ ସେବକ ମାନଙ୍କ ନିମନ୍ତେ ସାଧନାର କ୍ଷେତ୍ର ଅଟେ। କାର୍ଯ୍ୟକର୍ତ୍ତା ନିର୍ମାଣ ନିମନ୍ତେ ସଂଘ ଶିକ୍ଷା ବର୍ଗର ଭୂମିକା ସଂଘ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ‘ସଂଘ ଶିକ୍ଷା ବର୍ଗ’ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଏକ ବାର୍ଷିକ ତଥା ଅନିର୍ବାଯ୍ୟ କାର୍ଯ୍ୟକ୍ରମ। ଚଳିତ ବର୍ଷ ଓଡ଼ିଶା ପୂର୍ବ ପ୍ରାନ୍ତର ଶିକ୍ଷାର୍ଥୀ ମାନଙ୍କ ପାଇଁ ପୂର୍ବ ପ୍ରାନ୍ତ ପ୍ରଥମ ବର୍ଷ (ସାମାନ୍ୟ) ଏବଂ ପୂର୍ବ କ୍ଷେତ୍ର ପ୍ରଥମ ବର୍ଷ (ବିଶେଷ) ପ୍ରଶିକ୍ଷଣ ବର୍ଗ କଟକ, ଗତିରାଉତପାଟଣା ସ୍ଥିତ କେଶବଧାମ ପରିସରରେ ମଇ ୧୨ ତାରିଖ ମଧ୍ୟାହ୍ନରୁ ଆରମ୍ଭ ହୋଇ ୨ ଜୁନ୍ ସକାଳ ୮ଟା’ରେ ସମାପନ ଘଟିବ। ଏହାସହ କେଶବଧାମରେ ପୂର୍ବ କ୍ଷେତ୍ର ପ୍ରଥମ ବର୍ଷ (ବିଶେଷ) ପ୍ରଶିକ୍ଷଣ ବର୍ଗ ୧୭ ମଇ ମଧ୍ୟାହ୍ନରୁ ଆରମ୍ଭ ହୋଇ ଜୁନ୍ ୧ ସନ୍ଧ୍ୟା ୭ଟା’ରେ ସମାପନ ଘଟିବ। ସେହିପରି ପୂର୍ବ କ୍ଷେତ୍ର ଦ୍ଵିତୀୟ ବର୍ଷ (ବିଶେଷ) ପ୍ରଶିକ୍ଷଣ ବର୍ଗ ସମ୍ବଲପୁର, ଧନୁପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୨୧ ମଇ ମଧ୍ୟାହ୍ନରୁ ଆରମ୍ଭ ହୋଇ ଜୁନ୍ ସନ୍ଧ୍ୟା ୫ଟା’ରେ ସମାପନ ଘଟିବ। ସଂପୂର୍ଣ୍ଣ ଗଣବେଶ ଏବଂ ଆବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ବର୍ଗ ଆରମ୍ଭ ପୂର୍ବରୁ ନିର୍ଦ୍ଧାରିତ ସମୟରେ ଶିବିର ସ୍ଥଳୀରେ ଉପସ୍ଥିତ ରହିବାକୁ ବର୍ଗକୁ ଆପେକ୍ଷିତ ସ୍ୱୟଂ ସେବକ ମାନଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପୂର୍ବ ପ୍ରାନ୍ତ କାର୍ଯ୍ୟବାହ ଡ. ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.