ବିଦ୍ୟୁତ କାଟ ହେଉନି, ପାୱାର ଲାଇନ ଟ୍ରିପ ହେଉଛି-ମନ୍ତ୍ରୀ

19

ଭୁବନେଶ୍ୱର: ଖରା ଦିନରେ ବିଦ୍ୟୁତ କାଟ ହେବ ନାହିଁ । ସରକାର ଏମିତି ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟବାସୀଙ୍କୁ । ହେଲେ ଖରାଦିନ ଆରମ୍ଭରୁ ବିଦ୍ୟୁତ କାଟ ନାକେଦମ କରି ଦେଲାଣି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିବାବେଳେ ରାଜ୍ୟ ସରକାର କହିଛନ୍ତି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଉଛି । କିନ୍ତୁ ଏହା ବିଦ୍ୟୁତକାଟ ନୁହେଁ । ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇଯାଉଛି । ଯଦ୍ୱାରା ଲାଇନ କଟିଯାଉଛି । ଏମିତି ସଫେ ଇ ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।

ଭୁବନେଶ୍ୱର ଅଞ୍ଚଳରେ ଗୋଟେ ଥର ଲାଇନ ଟ୍ରିପ କରିଗଲେ ତାକୁ ଠିକ କରିବା ପାଇଁ ୬ରୁ ୭ ଘଣ୍ଟା ଲାଗୁଛି । ହେଲେ ଗାଁ ଗହଳିରେ ଏଥିପାଇଁ ବେଶି ସମୟ ଲାଗୁଛି । ତେବେ ନିରବଛିନ୍ନ ବିଜୁଳି ଯୋଗାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି ବୋଲି କହଛନ୍ତି ମନ୍ତ୍ରୀ ।

ରାଜ୍ୟରେ ବିଦ୍ୟୁତ୍ ସରବରାହରେ କୌଣସି ଅସୁବିଧା ନାହିଁ । ଅତ୍ୟଧିକ ଖରା ହେତୁ ପିକ୍‌ ସମୟରେ ଟ୍ରିପ ହୋଇଯାଉଛି । ବିଶେଷ କରି ଶୖେଳଶ୍ରୀ ବିହାର, ଭିଏସଏସ ନଗର ଅଞ୍ଚଳରେ ବେଶି ପାୱାର ଟ୍ରିପ ହେଉଛି । ଏଠାରେ ୩୩ କେଭି ତାର ଲୋଡ ସମ୍ଭାଳି ପାରୁନି । ଯେଉଁଠି ଲାଇନ କଟି ଯାଇଛି, ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡି ଯାଇଛି ଯଦି ସେଠି ଲୋକଙ୍କ କହିବା ପରେ ବି କେହି ଅଧିକାରୀ ଯାଉ ନାହାନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ।

Comments are closed, but trackbacks and pingbacks are open.