ଏବର୍ଷ ପୁଣି ଲଗାତାର ୪ ଟି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ; ଜାଣନ୍ତୁ କଣ ରହିଛି ନିୟମ

16

ଚଳିତ ବର୍ଷ ସମୁଦାୟ ୪ ଟି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ହେବ । ସେଥିମଧ୍ୟରୁ ଦୁଇଟି ସୂର୍ଯ୍ୟପରାଗ ଏବଂ ଦୁଇଟି ଚନ୍ଦ୍ରଗ୍ରହଣ । ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ୍ ୨୦ରେ ଅମାବାସ୍ୟା ଦିନ ହାଇଥିଲା ଏବଂ ପ୍ରଥମ ଚନ୍ଦ୍ରଗ୍ରହଣ ମେ ୫ ବୈଶାଖ ପୂର୍ଣ୍ଣିମା ଦିନ ହେବ । ଯାହାକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।

ଚନ୍ଦ୍ର ଗ୍ରହଣ ସମୟ ହେଉଛି ରାତି ୮:୪୫ ମିନିଟ୍‌ ରୁ ଆରମ୍ଭ ହୋଇ ରାତି ୧ଟା ରେ ଛାଡିବ । ଗ୍ରହଣର ପରମଗ୍ରାସ ସମୟ ରାତି ୧୦.୫୩ ମିନିଟ୍‌ । ଏହି ଚନ୍ଦ୍ରଗ୍ରହଣକୁ ଉପଚ୍ଛାୟ ଚନ୍ଦ୍ର ଗ୍ରହଣ ବା ପେନୁମ୍ବ୍ରାଲ୍ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି । ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଏକ ସିଧା ଲାଇନରେ ଆସିବା ପରେ ଏହି ଚନ୍ଦ୍ରଗ୍ରହଣ ହୁଏ । ଯାହା ଦ୍ୱାରା ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡେ । ଯଦି ଏହି ଛାୟା ୭୦ ପ୍ରତିଶତ ରହିଲେ, ଏହାକୁ ଖାଲି ଆଖିରେ ଦେଖି ହେବ ।

ତେବେ ଆସନ୍ତୁ ଜାଣିବା ଭାରତ ଉପରେ ଏହାର ପ୍ରଭାବ ରହିବ କି ନାହିଁ ?

ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଆଟଲାଣ୍ଟିକ୍, ଭାରତ ମହାସାଗର ଏବଂ ଆଣ୍ଟାର୍କଟିକାରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ । କିନ୍ତୁ ଭାରତରେ ଏହାର ପ୍ରଭାବ ରହିବ ନାହିଁ ।

Comments are closed, but trackbacks and pingbacks are open.