ଫ୍ୟାନ୍ସମାନଙ୍କୁ କ୍ଷମା କାହିଁକି ମାଗିଲେ ବଲିଉଡ ରାପ୍‌ ସିଙ୍ଗର୍‌ ବାଦଶାହ

24

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଗୀତ ‘ସନକ୍’ ପାଇଁ ବିବାଦରେ ଛନ୍ଦି ହୋଇଥିବା ଲୋକପ୍ରିୟ ବଲିଉଡ ରାପ୍‌ ସିଙ୍ଗର୍‌ ବାଦଶାହ ଶେଷରେ କ୍ଷମା ମାଗିଛନ୍ତି । ବାଦଶାହ ଆଲବମ୍ ଗୀତରେ ସହ ଭଗବାନ ଶିବଙ୍କ ନାମ ସହ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧର ସାମ୍ନା କରିବା ପରେ ଶେଷରେ କ୍ଷମା ମାଗିଛନ୍ତି ବାଦଶାହ । ଏଥିସହ ଗୀତର ନୂତନ ସଂସ୍କରଣ ସହ କିଛି ଅନ୍ତରା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗାୟକ ।

ବାଦଶାହ ତାଙ୍କର ନୂତନ ଆଲବମ୍ ସନକକୁ ନେଇ ବିବାଦରେ ଛନ୍ଦି ହୋଇଥିଲେ । ଏହାକୁ ଉଜ୍ଜୈନ ମହାକାଳ ମନ୍ଦିରର ପୁରୋହିତ ଏବଂ ହିନ୍ଦୁ ସଂଗଠନ ବାଦଶାହଙ୍କ ନିନ୍ଦା କରିବା ସହ ଦୃଢ ବିରୋଧ କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ସୋମବାର ଗୀତ ପାଇଁ କ୍ଷମା ମାଗିଛନ୍ତି ରାପର ବାଦଶାହ । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ବାଦଶାହ ଲେଖିଛନ୍ତି,”ଏହା ମୋ ନଜରକୁ ଆସିଛି ଯେ ମୋର ସଦ୍ୟ ପ୍ରକାଶିତ ଗୀତ ସନକ କିଛି ଲୋକଙ୍କ ଭାବନାକୁ ଆଘାତ ଦେଇଛି । ମୁଁ କଦାପି ଜାଣିଶୁଣି କିମ୍ବା ଅଜାଣତରେ କାହାର ଭାବନାକୁ ଆଘାତ ଦେଇ ନାହିଁ, ଏହାକୁ ଆନ୍ତରିକତା ଏବଂ ଉତ୍ସାହ ସହ ଆଣିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସର୍ବଦା ସମସ୍ତଙ୍କୁ ସମ୍ମାନ ଜଣାଉଛି । “ମୁଁ ଗୀତର କିଛି ଅଂଶ ପରିବର୍ତ୍ତନ କରିବାକୁ ଏବଂ କାହାକୁ ଆଘାତ ନକରିବାକୁ ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମରେ ଏହି ଗୀତକୁ ଏକ ନୂତନ ସଂସ୍କରଣ ସହ ବଦଳାଇବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ କିଛି ଦିନ ଲାଗିବ । ଏହି ସମୟ ମଧ୍ୟରେ ମୁଁ ସମସ୍ତଙ୍କୁ ଧୈର୍ଯ୍ୟବାନ ହେବାକୁ କହୁଛି ଏବଂ ମୁଁ ଏନେଇ କ୍ଷମା ମାଗୁଛି ।

Comments are closed, but trackbacks and pingbacks are open.