ଅମ୍ରିତପାଲ ସିଂହ ଗିରଫ

30

ନୂଆଦିଲ୍ଲୀ : ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଗିରଫ। ପଞ୍ଜାବର ମୋଗା ଜିଲ୍ଲାର ରୋଡେ ଗାଁରୁ ଗିରଫ କରିଛି ପଞ୍ଜାବ ପୋଲିସ Iଗିରଫ ପରେ ଅମୃତପାଲ କୁ ଆସାମର ଦିବ୍ରୁଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି।

ଅମ୍ରିତପାଲ ସିଂଙ୍କୁ ଗିରଫ କରାଯବା ପ୍ରସଙ୍ଗରେ ପଞ୍ଜାବ ପୁଲିସ ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ ଅମ୍ରିତପାଲଙ୍କ ବିରୋଧରେ ଗିରଫ ୱାରେଣ୍ଟ ପରୱାନା ଜାରି କରାଯାଇଥିଲା, ଯାହା ପରବର୍ତ୍ତି ସମୟରେ ତାଙ୍କୁ ଏନଏସଏ ଅଧୀନରେ ଗିରଫ କରାଯାଇଥିଲା। ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ ଆମେ ଅମୃତପାଲ ସିଂଙ୍କୁ ଅପରେସନ୍ ଚଳାଇ ସକାଳ ୬.୪୫ରେ ଗିରଫ କରିଥିଲୁ। ଏହି ସମଗ୍ର ଅପରେସନ୍ ସମୟରେ ପଞ୍ଜାବର ଲୋକମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଏଥିପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଦେଉଛୁ। ଏହା ସହିତ ଆଇଜି ସୁଖଚେନ ସିଂ ଗିଲ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ପଞ୍ଜାବବାସୀଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଫେବ୍ରୁଆରି ୨୪ ତାରିଖରେ ଅମ୍ରିତପାଲ ସିଂହ ଓ ତାଙ୍କ ସମର୍ଥକମାନେ ଖଣ୍ଡା, ବନ୍ଧୁକ ଆଦି ଅସ୍ତ୍ରଶସ୍ତ୍ର ଧରି ବାରିକେଡ୍‌ ଭାଙ୍ଗି ବଳପୂର୍ବକ ଅମୃତସର ନଗରୀ ଉପକଣ୍ଠରେ ଅବସ୍ଥିତ ଅଜ୍‌ନାଲା ଥାନାରେ ପ୍ରବେଶ କରିଥିଲେ। ତା’ପରେ ସେମାନେ ସେମାନଙ୍କର ଅନ୍ୟତମ ସହଯୋଗୀ ତଥା ଅପହରଣକାରୀ ଅଭିଯୁକ୍ତ ଲଭ୍‌ପ୍ରୀତ୍‌ ସିଂହ ତୁଫାନ୍‌ଙ୍କୁ ମୁକ୍ତ କରାଯିବ ବୋଲି ପୁଲିସଠାରୁ ପ୍ରତିଶ୍ରୁତି ପତ୍ର ଆଦାୟ କରି ନେଇଥିଲେ। ସେମାନଙ୍କ ସହିତ ସଂଘର୍ଷ କରି ୬ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଖଲିସ୍ତାନ ସପକ୍ଷରେ ଯୁକ୍ତି ବାଢ଼ି ବେଶ୍ କିଛି ସମୟ ଧରି ଘୃଣାର ମଞ୍ଜି ପୋତି ଚାଲିଥିବା ତଥା ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିଥିବା ଅମ୍ରିତପାଲ ସିଂହ ଗତ ଫେବ୍ରୁଆରୀ ମାସରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଥାନାକୁ ଜବରଦସ୍ତି ପଶିବା ବେଳେ ସେମାନଙ୍କ ସହିତ ହୋଇଥିବା ସଂଘର୍ଷରେ ୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିଲା। ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ତାକୁ ଧରିବା ପାଇଁ ପ୍ରୟାସ କଲା ବେଳେ ସେ ଖସି ଯାଇଥିଲା।

ମାସେରୁ ଅଧିକ ଦିନ ଧରି ଫେରାର ଥିବା ଅମ୍ରିତପାଲ ଗତ ଗୁରୁବାର ଠାରୁ ବେଶ୍ ଚାପରେ ରହିଥିଲା। କାରଣ ସେହିଦିନ ତା’ ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରେ କଷ୍ଟମ ଅଧିକାରୀମାନେ ଅଟକ ରଖି ପଚରାଉଚରା କରିଥିଲେ। କିରଣଦୀପ କୌର ଲଣ୍ଡନ ପଳାଇବାକୁ ପ୍ରୟାସ କରୁଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା ଓ ସେଠାକୁ ଯିବାକୁ ଅନୁମତି ଦିଆଯାଇ ନଥିଲା। କାରଣ ଅମ୍ରିତପାଲର ପରିବାରର ସମସ୍ତ ସଦସ୍ୟଙ୍କ ସହିତ ବନ୍ଧୁବାନ୍ଧବଙ୍କୁ ଦେଶ ଛାଡ଼ି ନଯିବା ପାଇଁ ପୂର୍ବରୁ ନୋଟିସ ଜାରି କରାଯାଇଥିଲା। ତଦନ୍ତରେ ସେମାନଙ୍କର ଆବଶ୍ୟକତା ରହିଥିବା ଦର୍ଶାଇ ଏଭଳି ନୋଟିସ୍ ଜାରି କରାଯାଇଥିଲା।

Comments are closed, but trackbacks and pingbacks are open.