କିସ୍‌ରେ ସି -୨୦ ମିଲିୟନ୍ ଲାଇଟ୍ ଶୋ

21

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସିଭିଲ୍ -୨୦ (ସି-୨୦) ଅଧୀନରେ ଲିଙ୍ଗଗତ ସମାନତା ଏବଂ ଭିନ୍ନକ୍ଷମ ୱାର୍କିଂ ଗ୍ରୁପ୍ ସମ୍ମିଳନୀ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ (କିସ୍) ଷ୍ଟାଡିୟମରେ କିସର ୩ ହଜାର ଛାତ୍ରୀ ସି-୨୦ ମାନବ ଲୋଗୋ ତିଆରି କରିବା ସହ ଏକ ସ୍ୱତନ୍ତ୍ର ଟର୍ଚ୍ଚ ଲାଇଟ୍ ଶୋ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କିଟ୍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସି-୨୦ ଚେୟାର ପ୍ରତିନିଧି ସ୍ୱାମୀ ଅମି୍ରତସ୍ୱରୂପାନନ୍ଦ ପୁରୀ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସି-୨୦ ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ ୱାର୍କିଂ ଗ୍ରୁପରେ ଯୋଗ ଦେବାକୁ ଆସିଥିବା ପ୍ରତିନିଧିଗଣ ଏବଂ କିଟ୍‌ ଓ କିସ୍‌ ବହୁ ପଦାଧିକାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ କି ସି-୨୦ ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ ୱାର୍କିଂ ଗ୍ରୁପ ପକ୍ଷରୁ ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଉଦେ୍ଦଶ୍ୟରେ ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସଠାରୁ ମେ୨୨ ୱାର୍ଲଡ୍‌ ଆର୍ଥ ଡେ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧ ମିଲିୟନ୍‌ ଲାଇଟ୍‌ ଅଭିଯାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କିସ୍‌ ଛାତ୍ରୀମାନେ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନ ଜଣାଇ ଏହି ଲାଇଟ୍‌ ଶୋ କରିଥିଲେ ।

Comments are closed, but trackbacks and pingbacks are open.