ଆସିବ ୧୦୦ ଟଙ୍କିଆ କଏନ୍‌

22

ମନ୍‌ କି ବାତ୍‌ କାର୍ଯ୍ୟକ୍ରମର ୧୦୦ ଏପିସୋଡ୍‌ ପୂରଣ ଅବସରରେ ନୂଆ ୧୦୦ ଟଙ୍କିଆ କଏନ୍‌ର ଉନ୍ମୋଚନ କରାଯିବ । ଏହି ମୁଦ୍ରାଗୁଡ଼ିକ କେନ୍ଦ୍ର ସରକାରଙ୍କ ଅଧୀନରେ ଜାରି ହେବ । ସାଧାରଣ ମୁଦ୍ରାଗୁଡ଼ିକଠାରୁ ଏହା ଭିନ୍ନ ରହିବ । ସରକାରଙ୍କ ପକ୍ଷରୁ ଏହାର ଅଧିସୂଚନା ଜାରି କରାଯାଇଛି ।

ଅଧିସୂଚନା ଅନୁସାରେ ମୁଦ୍ରାର ଗୋଲେଇ ୪୪ ମିଲିମିଟରର ହେବ ।

୪ଟି ଧାତୁରେ ଏହାକୁ ପ୍ରସ୍ତୁତ କରାଯାଇଛି । ସରକାରଙ୍କ ତରଫରୁ କୁହାଯାଇଛି ଯେ, ମୁଦ୍ରାର ଆଗ ପଟେ ଅଶୋକ ସ୍ତମ୍ଭ ରହିବ ଏବଂ ଏହା ତଳେ ସତ୍ୟମେବ ଜୟତେ ଲେଖା ହେବ । ୧୦୦ ଟଙ୍କିଆ ମୁଦ୍ରାରେ ମାଇକ୍ରୋଫୋନ୍‌ ବନା ହୋଇଥିବ ଏବଂ ଏଥିରେ ୨୦୨୩ ଲେଖାହୋଇଥିବ । ମୁଦ୍ରାର ଗୋଟିଏ ପାଶ୍ୱର୍ରେ ଭାରତ ଏବଂ ଦ୍ୱିତୀୟ ପାଶ୍ୱର୍ରେ ଇଣ୍ଡିଆ ଲେଖା ହୋଇଥିବ ।

Comments are closed, but trackbacks and pingbacks are open.