କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ହେଲେ ବିଜୟ

28

ବିଜୟ ପଟ୍ଟନାୟକ ମିଳିଲା ବଡ ଦାୟିତ୍ୱ । କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ହେଲେ ବିଜୟ । ଅଳ୍ପଦିନ ତଳେ କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟଙ୍କ ଉପରେ ଏପରି ଗୁରୁ ଦାୟିତ୍ୱ ଦେଇ ୨୦୨୪ ୨୦୨୪ ନିର୍ବାଚନ ଲଢିବା ପାଇଁ ଯୋଜନା କରୁଛି ଦଳ ।

ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ବିଜୟ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦିଆ ଯାଇଛି ।  ଏଥିସହିତ  ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟିକୁ ମଧ୍ୟ ଅନୁମୋଦନ ଦେଇଛି ଏଆଇସିସି । ଦଳର ବରିଷ୍ଠ ନେତାଙ୍କୁ ଗଠନ କରାଯାଇଛି ଏହି ରାଜନୈତିକ ବ୍ୟାପାର କମିଟି । ଏଥିରେ  ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ରହିଛନ୍ତି ୨୭ ଜଣ ନେତା । ଦଳର ବରିଷ୍ଠ ନେତାଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି । ସେହିଭଳି ଛାତ୍ର କଂଗ୍ରେସର ସଭାପତି, ଯୁବ କଂଗ୍ରେସ ସଭାପତି ଓ ସେବା ଦଳର ସଭାପତିଙ୍କ ସହ ୫ ଜଣଙ୍କୁ ନିମନ୍ତ୍ରିତ ଅତିଥି ଭାବେ କମିଟିରେ ସ୍ଥାନ ମିଳିଛି ।

ସୁଚନା ଥାଉ କି,   କଂଗ୍ରେସରେ ସାମିଲ ହେବା ପରେ ବିଜୟଙ୍କୁ ନେଇ ଅନେକ କିଛି ଶୁଣିବାକୁ ମିଳୁଥିଲା । ଦିଲ୍ଲୀରେ ଏଆଇସିସି ନେତୃବୃନ୍ଦଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ ବିଜୟ । ଓଡ଼ିଶା ଫେରିବା ପରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା ।  କଂଗ୍ରେସରେ  ବିଜୟଙ୍କୁ ବଡ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା ।

Comments are closed, but trackbacks and pingbacks are open.