ଟ୍ୱିଟରକୁ ହାତ ଯୋଡ଼ିଲେ ବିଗ୍ ବି; ଏମିତି କଣ ହେଲା ଅମିତାଭଙ୍କ ସହ ?

27

ଗୁରୁବାର ଦିନ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଏହାର ବ୍ଲୁ ଟିକ୍ ସବସ୍କ୍ରିପସନ ନିୟମ ଲାଗୁ କରିଛି । ଫଳରେ ଅନେକ ଅନପେଡ ସେଲିବ୍ରେଟିଙ୍କ ଆକାଉଣ୍ଟରୁ ଟ୍ୱିଟର ବ୍ଲୁ ଟିକ୍ ହଟେଇ ଦେଇଛି । ତେବେ ଏନେଇ ଅମିତାଭ ବଚ୍ଚନ ଟ୍ବିଟରରେ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଟ୍ୱିଟର ଏହାର ଘୋଷଣାରେ କହିଛି ଯେ ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ଫ୍ରୀ ବ୍ଲ୍ୟୁ ଟିକ୍ ହଟାଇ ଦିଆଯାଇଛି । ଏଲନ୍‌ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଶାହାରୁଖ ଖାନ, ଆଲିଆ ଭଟ୍ଟଙ୍କ ପରି ଅନେକ ବଲିଉଡ ତାରକା ମଧ୍ୟ ବ୍ଲୁ ଟିକ୍ ହରାଇଛନ୍ତି ।

ସେହିପରି ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସହ କ୍ରିକେଟର୍ ବିରାଟ କୋହଲି, ରୋହିତ ଶର୍ମା ମଧ୍ୟ ଟ୍ୱିଟରର ଏହି ସୁବିଧାରୁ ବାଦ ପଡିଛନ୍ତି । ଅନପେଡ୍ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ନେଇ ଏଲୋନ୍ ମସ୍କ ପୂର୍ବରୁ ଘୋଷଣା କରିଥିଲେ । ଏନେଇ ବିଗ୍ ବି ଅମିତାଭ ମଜାଳିଆ ଢଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଅମିତାଭ ବଚ୍ଚନ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ୍‌ କରି ଲେଖିଛନ୍ତି, “T – ୪୬୨୩ ହେ ଟ୍ୱିଟର ଭାଇ ! ଆପଣ ଶୁଣୁଛନ୍ତି କି ? ଏବେ ତ ଆମେ ଟଙ୍କା ଭରି ଦେଇଛୁ… ତେଣୁ ଏ ଯୋଉ ନୀଳ କମଳ ଥାଏ ନା, ଆମ ନାଁ ଆଗରେ, ଏହାକୁ ତ ଫେରେଇ ଦିଅ ଭାଇ, ଯାହା ଦ୍ୱାରା ଲୋକମାନେ ଜାଣିପାରିବେ ଯେ ମୁଁ ପ୍ରକୃତ ଅମିତାଭ ବଚ୍ଚନ ବୋଲି । ଆମେ ତ ହାତ ଯୋଡୁଛୁ । ଏବେ କ’ଣ ଗୋଡ଼ ଯୋଡ଼ିବାକୁ ପଡିବ କି ??”

ତେବେ ଅମିତାଭଙ୍କ ଏହି ଟ୍ବିଟ ଏବେ ମାଇକ୍ରୋବ୍ଲଗିଂ ସାଇଟରେ ଭାଇରାଲ ହୋଇଛି । ୟୁର୍ଜସମାନେ ମଧ୍ୟ ତାଙ୍କର ଏହି ମଜାଳିଆ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ବ୍ଲୁ ଟିକ୍ ଧୈର୍ଯ୍ୟର ଫଳ ଅଟେ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ୩, ୪, ଦିନ ଅପେକ୍ଷା କର । ସେହିପରି ଜଣେ ଲେଖିଛନ୍ତି, “ଏହା ଏମିତି… ବର୍ତ୍ତମାନ ଆପଣଙ୍କୁ ମଧ୍ୟ ଧାଡିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିବ। ସୂଚନାଥାଉ କି, ଟ୍ୱିଟର ପ୍ରଥମେ ଆମେରିକା, କାନାଡା, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଦେୟଯୁକ୍ତ ବ୍ଲୁ ଟିକ୍ ସେବା ଆରମ୍ଭ କରିଥିଲା । ଏହା ପରେ ଭାରତର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଭାରତରେ ବ୍ଲୁ ସବ୍‌ସ୍କ୍ରିପସନର ମୂଲ୍ୟ ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ମାସକୁ ୯୦୦ ଟଙ୍କା ରହିଛି । ସେହିପରି ଟ୍ୱିଟର୍‌ ୱେବସାଇଟରେ ମୂଲ୍ୟ ମାସକୁ ୬୫୦ ଟଙ୍କା ରହିଛି । ୟୁଜରମାନେ ଏହାର ବାର୍ଷିକ ସଦସ୍ୟତା ମଧ୍ୟ ନେଇ ପାରିବେ । ବାର୍ଷିକ ଏହାର ମୂଲ୍ୟ ଟିକେ ଶସ୍ତା ହୋଇଥାଏ ।

Comments are closed, but trackbacks and pingbacks are open.