ଦନ୍ତେୱାଡା ରେ ପୁଣି ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ବୋଲେରୋ ଚୁରମାର , ୧୨ଜଣ ଆହତ

37

ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଜବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ ବିଛାଇଥିଲେ ।କିନ୍ତୁ ସେହି ରାସ୍ତା ଦେଇ ଏକ ଯାତ୍ରୀବ।ହି ବୋଲେରୋ ଯାଉଥିବା ସମୟରେ ଏହି ବିସ୍ଫୋରଣରେ ଘଟିଛି, ଏବଂ ବୋଲେରୋ ମଧ୍ୟ ରେ ଥିବା ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭଙ୍କ ସହ ଡିଆରଜି ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ଦନ୍ତେୱାଡା ମେଡିକାଲକୁ ପଠାଯାଇଛି ।ଏହି ଘଟଣା ପରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି

Leave A Reply

Your email address will not be published.