ରାଜନୀତି ଛାଡିବେ ନରସିଂହ !

32

ହାତ ଛାଡିବେ ନରସିଂହ ! ହଲଚଲ ହେଲା କଂଗ୍ରେସ ଶିବିର ! ୨୪ ନିର୍ବାଚନ ଲଢିବେନି ନରସିଂହ ! ରାଜନୀତିରୁ ସନ୍ୟାସ ନେବେ ନରସିଂହ ! ସରଗରମ ହେଉଛି ରାଜ୍ୟ ରାଜନୀତି । ଆଗାକୁ ୨୪ ସାଧାରଣ ନିର୍ବାଚନ । ଦିନ କୁ ଦିନ ରାଜ୍ୟ କଂଗ୍ରେସ ସ୍ଥିତି ପରିବର୍ତ୍ତନ ହେବାକୁ ଲାଗିଛି । ତେବେ ଆଗାମୀ ଦିନରେ କଂଗ୍ରେସରୁ ନିର୍ବାଚନ ଲଢିବେନି ନରସିଂହ ମିଶ୍ର । ବୟସାଧିକ୍ୟ କାରଣରୁ ଆଗାମୀ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି ।

ସାମ୍ବାଦିକମାନଙ୍କ ସହ ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ଆଲୋଚନା ସମୟରେ ଶ୍ରୀ ମିଶ୍ର କହିଛନ୍ତି, ‘ମୋତେ ଏବେ ୮୩ ବର୍ଷ ହେଲାଣି । ୨୦୨୪ ବେଳକୁ ମୋର ବୟସ ୮୪ ହେବ । ୮୪ ବର୍ଷରେ ଯଦି ନିର୍ବାଚନ ଲଢ଼ିବି ଲୋକଙ୍କୁ ଉଚିତ ନ୍ୟାୟ ଦେଇ ହେବନାହିଁ । ଲୋକଙ୍କ ପାଇଁ କାମ କରିବାକୁ ବହୁ ଧାଁଧପଡ଼ କରିବାକୁ ପଡୁଛି । ଆଉ ବୟସ ବଢ଼ିଲେ ସେତିକି ଯିବାଆସିବା କରିହେବ ନାହିଁ । ଲୋକ ପ୍ରତିନିଧି ହୋଇ ଲୋକଙ୍କ କାମ କରିନପାରିଲେ ଲାଭ କ’ଣ?’ ‘୨୦୧୯ ନିର୍ବାଚନରେ ବି ଛିଡ଼ା ହେବିନି ବୋଲି ମନା କରୁଥିଲି । କିନ୍ତୁ, ଲୋକ ଓ ଦଳ ନିର୍ବାଚନରେ ଓହ୍ଲାଇବାକୁ ବାଧ୍ୟ କରିଥିଲେ ।

ଏଣୁ ୨୦୧୯ ନିର୍ବାଚନରେ ଛିଡ଼ା ହୋଇଥିଲି ।’ ୨୦୨୪ ନିର୍ବାଚନରେ ଲୋକମାନେ ପୁଣି ଛିଡ଼ା ହେବାକୁ କହିଲେ, ଏଥର ବୟସକୁ ଦେଖାଇ ବୁଝାଇ ହେବ । ଦଳ ଯଦି ବାଧ୍ୟ କରିବ ତା’ହେଲେ ଦଳ ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି । ତେବେ ଆଗାମୀ ଦିନରେ ନରସିଂହ ରାଜନିତୀ ସନ୍ୟାସ ନେବା ନେଇ ଚର୍ଚ୍ଚା ଜୋର ଧରିଛି ।ଏହା ପରେ କଂଗ୍ରେସ ଦଳ ସ୍ଥିତି କଣ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.