ଓଡ଼ିଶା ରାଜ୍ୟ ବିହନ ସବ୍‌କମିଟି ବୈଠକ

21

୧୦ଟି ନୂତନ ଧାନ କିସମ ଅନୁମୋଦିତ

ଭୁବନେଶ୍ୱର : ଏନ୍‌ଆର୍‌ଆର୍‌ଆଇ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଦ୍ୱାରା ବିକଶିତ ହୋଇଥିବା ଧାନ ଫସଲର ବିଭିନ୍ନ କିସମ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ନିମନ୍ତେ ଆଜି ଓଡ଼ିଶା ରାଜ୍ୟ ବିହନ ସବ୍‌କମିଟି ବୈଠକରେ ଉପସ୍ଥପିତ ହୋଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିକଶିତ ଧାନ ଫସଲର ବିଭିନ୍ନ କିସମ ସଂପର୍କରେ ବିଶଦ ଭାବେ ଆଲୋଚନା ହୋଇ ୧୦ଟି କିସମର ଧାନ ବିହନ ଅନୁମୋଦିତ ହୋଇଥିଲା । ଏହିସବୁ ନୂତନ କିସମ ବିକଶିତ ହେବା ଫଳରେ ରାଜ୍ୟର ଧାନ ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକମାନଙ୍କର ଆୟବୃଦ୍ଧିରେ ସହାୟକ ହେବ ବୋଲି ସଚିବ ଡ. ପାଢ଼ୀ ଆଶାବ୍ୟକ୍ତ କରିଥିଲେ । ଜାତୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ବିକଶିତ ୮ଟି କିସମର ଧାନ ଯଥାକ୍ରମେ ସିଆର୍‌ ଧାନ ୩୨୬, ସିଆର୍‌ ଧାନ ୩୨୭, ସିଆର୍‌ ଧାନ ୩୨୮, ସିଆର୍‌ ଧାନ ୬୦୩, ସିଆର୍‌ ଧାନ ୭୦୪, ସିଆର୍‌ ଧାନ ୮୦୫, ସିଆର୍‌ ଧାନ ୮୦୬ ଓ ସିଆର୍‌ ଧାନ ୯୧୧ ସବ୍‌କମିଟିରେ ଆଲୋଚିତ ହୋଇ ଅନୁମୋଦିତ ହୋଇଥିବାବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଓୟୁଏଟି କଳିଙ୍ଗ ରାଇସ୍‌ ୨ ଏବଂ ଓୟୁଏଟି କଳିଙ୍ଗ ରାଇସ୍‌ ୮ ବୈଠକରେ ଅନୁମୋଦିତ ହୋଇଥିଲା । ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଓୟୁଏଟି ଏବଂ ଏନ୍‌ଆର୍‌ଆର୍‌ଆଇର କୃଷି ବୈଜ୍ଞାନିକମାନେ ଯୋଗଦେଇଥିଲେ ।

Comments are closed, but trackbacks and pingbacks are open.