ପୁଣି ଲାଗୁହେବ ଗାଇଡ୍ ଲାଇନ୍ !

25


ଦିନ କୁ ଦିନ କୋରନା ତାହାର କାୟା ମୋଲାଇବାରେ ଲାଗିଛି । ଖରା ତାତି ଯେମିତି ବଢିବାରେ ଲାଗିଛି ସେହିପରି କୋରନା ମଧ୍ୟ ବଢିବାରେ ଲାଗିଛି । ଉପରମୁହଁ କରୋନା ସଂକ୍ରମଣ । ସାରା ଦେଶରେ ୨୪ ଘଂଟାରେ ୭ ହଜାର ୮୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୪୦ ହଜାର ୨୧୫ ଜଣ ସକ୍ରିୟ କୋଭିଡ ଆକ୍ରାନ୍ତ ରହିଛନ୍ତି ।

ଏବେ ଆରୋଗ୍ୟ ହାର ସାରା ଦେଶରେ ୯୮.୭୨ ପ୍ରତିଶତ ରହିଛି । ଯାହା ଆଶ୍ୱସ୍ତିକର କଥା । କିନ୍ତୁ ଏବେ ପଜିଟିଭିଟି ହାର ୩.୬୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୩.୮୩ ପ୍ରତିଶତ ରହିଛି । ଦିଲ୍ଲୀ, ମହାରାଷ୍ଟ୍ର ସମେତ ୭ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ।

Comments are closed, but trackbacks and pingbacks are open.