ସମାଜ ସୁଧାରକ ଓ କ୍ରାନ୍ତିକାରୀ ଜ୍ୟୋତିବା ଫୁଲେଙ୍କ ଜନ୍ମଜୟନ୍ତୀ ରାଜ୍ୟ କାର୍ଯ୍ୟାଳୟରେ ପାଳନ

15

ଭୁବନେଶ୍ୱର, ତା.୧୧/୦୩: ବିଶିଷ୍ଟ ସମାଜ ସୁଧାରକ ଓ କ୍ରାନ୍ତିକାରୀ ଶ୍ରୀ ଜ୍ୟୋତିବା ଫୁଲେଙ୍କ ଜନ୍ମଜୟନ୍ତୀ ଆଜି ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଶ୍ରୀ ଜ୍ୟୋତିବା ଦେଶର ମହିଳାମାନଙ୍କ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିଲେ । ଜ୍ୟୋତିବା ଫୁଲେ ଓ ପତ୍ନୀ ସାବିତ୍ରୀବାଇ ଫୁଲେ ପୁନେଠାରେ ମହିଳାମାନଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ସ୍ଥାପନ କରି ନାରୀ ଶିକ୍ଷା ଶିକ୍ଷାଦ୍ୱାରା ସମାଜର ଅଗ୍ରଗତି ସମ୍ଭବ ବୋଲି ବାର୍ତା ଦେଇଥିଲେ । ସମାଜ ସଂସ୍କାରକ, ତଥା ଦୂରଦୃଷ୍ଟି ସମ୍ପନ୍ନ ଆମର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜ୍ୟୋତିବା ଫୁଲେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମହିଳାଙ୍କ ପ୍ରତି ବିଭିନ୍ନ ଯୋଜନା କରିଛନ୍ତି । ଯଥା ପ୍ରଧାନମନ୍ତ୍ରୀ ମହିଳାମାନଙ୍କ ପାଇଁ ଶୌଚାଳୟ, ଉଜ୍ଜ୍ୱଳା, ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା, ପୋଷଣ ଅଭିଯାନ ଭଳି ଯୁଗାନ୍ତକାରୀ ପଦକ୍ଷେପମାନ ନେଇ ମହିଳାଙ୍କୁ ସମ୍ମାନ, ସ୍ୱାଭିମାନ ଓ ସଶକ୍ତ କରିବାକୁ ତାଙ୍କ ସରକାରରେ ଅନେକ ଯୋଜନା କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Comments are closed, but trackbacks and pingbacks are open.