ଜିଓଗ୍ରାଫିରେ ପ୍ରସାରିତ ହେବ ସାହିଯାତ !

25

ନ୍ୟାସନାଲ ଜିଓଗ୍ରାଫି ଭଳି ଅନ୍ତର୍ଜାତୀୟ ଚ୍ୟାନେଲରେ ସ୍ଥାନ ପାଇବ ପୁରୀ ସାହିଯାତ! ଶ୍ରୀକ୍ଷେତ୍ର ସଂସ୍କୃତିର ଝଲକ ଦେଖିବ ସାରା ବିଶ୍ୱ । ସାହିଯାତ ୨୦୨୩ରେ ସୃଷ୍ଟି ହୋଇଛି ଏଭଳି ସମ୍ଭାବନା । ବାଲିସାହି ଯାତରେ ରାବଣ, ନାଗା ଓ ମେଢ଼ ଆଦିର ଫଟୋ ଉତ୍ତୋଳନ କରିଛନ୍ତି ନ୍ୟାସନାଲ ଜିଓଗ୍ରାଫିର ଟ୍ରାଭେଲ ଓ ଡକ୍ୟୁମେଣ୍ଟାରୀ ଓ ଲାଇଫ୍‌ଷ୍ଟାଇଲ୍‌ ଫଟୋଗ୍ରାଫର ଦେବମାଲ୍ୟ ଦାସ ।

ହଜାର ହଜାର ଦର୍ଶକଙ୍କ ଭିଡ଼ରେ ବୁଲି ବୁଲି ସାହିଯାତର ଫଟୋ ଉଠାଇବାର ଅନୁଭୂତି ଅଭୁଲା ସେ କହିଛନ୍ତି । ପଶ୍ଚିମବଙ୍ଗର ଦେବମାଲ୍ୟ ପରିବାର ସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ଶ୍ରୀରାମଲୀଳା ଅବସରରେ ସେଠାରେ ସେ ବାଲିସାହିରୁ ବାହାରିଥିବା ରାବଣଙ୍କୁ ଦେଖିବାର ସୁଯୋଗ ପାଇଥିଲେ । ରାତିରେ ସାହିଯାତ ବାହାରିବା ଖବର ପାଇ ବାଲିସାହି ଓ ହରଚଣ୍ଡୀ ସାହିରେ ପହଞ୍ଚିଥିଲେ । ସ୍ଥାନୀୟ ଜଣେ ବିଦ୍ୟାର୍ଥୀଙ୍କ ସହ ରାତି ଅନିଦ୍ରା ହୋଇ ରାବଣ, ନାଗା, ମେଢ଼ ଓ ସମରକଳା ପ୍ରଦର୍ଶନର ଫଟୋ ନେଇଥିଲେ ।

ଦେବମାଲ୍ୟ କହନ୍ତି, ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲ ନିକଟରେ ଏଭଳି ଏକ ଅନନ୍ୟ ମହୋତ୍ସବର ହୁଏତ ଖବର ନଥିବ । ସ୍ଥାନୀୟ ଲୋକେ ସାହିଯାତ ବାବଦରେ ଜାଣୁଛନ୍ତି । ବିଶ୍ୱବାସୀ ଏହି ବିଶାଳ କାର୍ଯ୍ୟକ୍ରମ ନେଇ ଅବଗତ ନାହାନ୍ତି । ଏବେ ଏହି ଫଟୋ ସବୁକୁ ନେଇ ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲରେ ଶ୍ରୀଜଗନ୍ନାଥ ଧାମର ସାହିଯାତ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି । ସାହିଯାତ ଦେଖିବା ସମୟରେ ‘ଧୂନ୍‌’ ନାମକ ଜଣେ ବିଦ୍ୟାର୍ଥୀ ମୋତେ ବହୁତ୍‌ ସହଯୋଗ କରିଥିଲେ ।

Comments are closed, but trackbacks and pingbacks are open.