ଅଗ୍ନିପଥ ଯୋଜନାକୁ କୋର୍ଟରୁ ମିଳିଲା ସହମତି

25

ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀଦଳମାନେ ହୋ ହାଲ୍ଲା କରୁଥିବା ବେଳେ ଏହା ଉପରେ ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ୨ଟି ଆବେଦନ ହୋଇଥିଲା । ଏହି ଆବେଦନ ମାଧ୍ୟମରେ ଯୋଜନା ଉପରେ ରୋକ୍ ଲଗାଇବାକୁ କୋର୍ଟଙ୍କୁ ଆବେଦନକାରୀ ଗୁହାରୀ କରିଥିଲେ । ହେଲେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ୨ଟି ଯାକ ଆବେଦନକୁ ଖାରଜ କରିଦେଇଥିଲେ ।

ଏହାପରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କାରୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ହେଲେ ଆଜି ୨ଟି ଯାକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ସହ ଦିଲ୍ଲୀ ହାଇକୋର୍ଟର ରାୟକୁ ବଳବତ୍ତର ରଖିଛନ୍ତି । ସେପଟେ ଅଗ୍ନିପଥ ଯୋଜନା ଆସିବା ପୂର୍ବରୁ ବାୟୁସେନାରେ ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ଆଶାୟୀମାନେ ମଧ୍ୟ ଏକ ଆବେଦନ କରିଥିଲେ ।

ଏହି ଆବେଦନରେ ସେମାନେ ଦର୍ଶାଇଥିଲେ କି ଅଗ୍ନିପଥ ଯୋଜନା ଆସିବା ପୂର୍ବରୁ ସେମାନେ ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି । ତେଣୁ ସେମାନଙ୍କୁ ଅଗ୍ନିପଥ ଯୋଜନାରେ ସାମିଲ କରାନଯାଉ । ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଏପ୍ରିଲମାସ ୧୭ ତାରିଖରେ ଶୁଣାଣି କରିବେ ।

Comments are closed, but trackbacks and pingbacks are open.