ଘରର ସମୃଦ୍ଧି ପାଇଁ କରନ୍ତୁ ନଡ଼ିଆ ର ଏହି ଉପାୟ

39

ନଡ଼ିଆକୁ ଶ୍ରୀଫଳ କୁହାଯାଏ I ‘ଶ୍ରୀ’ଅର୍ଥ ମାତା ଲକ୍ଷ୍ମୀ,ସୁଖ,ସମୃଦ୍ଧି ଐଶ୍ୱର୍ଯ୍ୟକୁ ବୁଝାଇଥାଏ I ନଡ଼ିଆକୁ ଶୁଭ କାମରେ ବ୍ୟବହାର କରାଯିବା ସହିତ ସମସ୍ତ ପୂଜାରେ ଏହାର ଆବଶ୍ୟକତା ରହିଥାଏ I ବିଶେଷ କରି ବୈଶାଖ ମାସରେ ଲକ୍ଷ୍ମୀଙ୍କ ପୂଜାରେ ନଡ଼ିଆର ବ୍ୟବହାର ର କିଛି ସ୍ୱତନ୍ତ୍ର ଉପାୟ ରହିଛି I ହିନ୍ଦୁ ଧର୍ମରେ ବୈଶାଖ ମାସରୁ ନୂତନ ହିନ୍ଦୁ ମାସ ର ଆରମ୍ଭ ହୋଇଥାଏ I ଏହି ମାସରେ ଭଗବାନ ଶିବଶଙ୍କର ଙ୍କ ସହିତ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଉପାସନା କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ଏହି ମାସରେ ନଡ଼ିଆରେ କିଛି ବିଶେଷ ଉପାୟ କଲେ ଗୃହରେ ଉପୁଜୁଥିବା ସମସ୍ତ ପ୍ରକାର ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ I ଆସନ୍ତୁ ଜାଣିବା ଏହି ଉପାୟ ସବୁ :

ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ : ଯଦି ଘରେ ବଦଖର୍ଚ୍ଚ ବଢି ଚାଲିଛି,ସବୁବେଳେ ପକେଟ ଖାଲି ରହୁଛି,ତେବେ ଶୁକ୍ରବାର ଦିନରେ କରନ୍ତୁ ଏହି ଉପାୟ I ଏହି ଦିନ ସକାଳେ ସ୍ନାନପରେ ନାଲି ପୋଷାକ ପିନ୍ଧନ୍ତୁ ଏବଂ ମା’ ଲକ୍ଷ୍ମୀ ଙ୍କୁ ପୂଜା କରନ୍ତୁ I ପୂଜାରେ ନଡ଼ିଆ, ପଦ୍ମ ଫୁଲ, ଧଳା ବସ୍ତ୍ର, ଦହି ଏବଂ ଧଳା ମିଠା ପ୍ରସାଦ ଚଢାନ୍ତୁ I ଏହା ପରେ ପୂଜାରେ ଦିଆଯାଇଥିବା ନଡ଼ିଆକୁ ଏକ ନୂଆ ଲାଲ ରଙ୍ଗର କପଡ଼ାରେ ଗୁଡ଼ାଇ ରଖନ୍ତୁ ଯେଉଁଠାରେ ଏହାକୁ କେହି ଦେଖି ପାରିବେ ନାହିଁ I କିମ୍ବା ଆଲମିରା ଭିତରେ ଲୁଚାଇ ରଖନ୍ତୁ I ଏହିପରି କରିବା ଦ୍ୱାରା ଘରୁ ଆର୍ଥିକ ସଙ୍କଟ ଦୂର ହେବ I

ନକାରାତ୍ମକ ଶକ୍ତି ପାଇଁ : ଘରର ନକାରାତ୍ମକ ଶକ୍ତି ହ୍ରାସ କରିବା ପାଇଁ ନଡ଼ିଆର ପ୍ରତିକାର ମଧ୍ୟ କରାଯାଇପାରିବ I ବୈଶାଖ ମାସରେ ପୂଜାରେ ଲଗାଯାଇଥିବା ନଡ଼ିଆକୁ ନେଇ ସେଥିରେ କଳା ଟିକା ଲଗାଇ ଘରର ସମସ୍ତ କୋଣ ଗୁଡିକରେ ବୁଲାଇ ଆଣି ନଦୀରେ ଭସାଇ ଦିଅନ୍ତୁ I ଏହା କରିବା ଦ୍ୱାରା ଘରୁ ନକାରାତ୍ମକତା ଦୂର ହୋଇ ପରିବାରରେ ସୁଖ ଶାନ୍ତି ବିରାଜମାନ କରିଥାଏ I

ରାହୁ-କେତୁ ଦୋଷ ଦୂର ପାଇଁ : ଯଦି ଆପଣଙ୍କ ରାଶିରେ ରାହୁ-କେତୁ ଜନିତ ଦୋଷ ରହିଥାଏ, ତେବେ ବୈଶାଖ ମାସରେ କୌଣସି ଶନିବାର ଦିନ ନଡ଼ିଆକୁ ପୂଜାରେ ଲଗାଇ ଏହାକୁ ଫଟାଇ ସମାନ ଦୁଇ ଭାଗ କରନ୍ତୁ I ଏହାପରେ ଦୁଇ ଫାଳ ନଡ଼ିଆରେ ଚିନି ଭର୍ତ୍ତି କରି କୌଣସି ଶୂନଶାନ ଜାଗାରେ ମାଟି ତଳେ ପୋତି ଦେଇ ଆସନ୍ତୁ I ମାଟି ତଳେ ଏହା ଯେତେ ଯେତେ ସଢୁଥିବ ଆପଣଂକ ଗ୍ରହ ଦୋଷ ସେତେ ଅଧିକ କଟି ଯିବ I
ନଜର ଦୋଷ କାଟିବା ପାଇଁ : ଯଦି ଘରେ କାହାକୁ ବାରମ୍ବାର ନଜର ଲାଗୁଛି ତେବେ କୌଣସି ମଙ୍ଗଳ ବାର ଦିନ ଗୋଟିଏ ନଡ଼ିଆ ନେଇ ଉକ୍ତ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ୭ ଥର ବୁଲାଇ ଆଣନ୍ତୁ ଇ ଏହା ପରେ ତାକୁ ନାଲି କପଡ଼ାରେ ଗୁଡ଼ାଇ ନିକଟସ୍ଥ ହନୁମାନ ମନ୍ଦିର ଯାଇ ଠାକୁରଙ୍କ ପାଦ ତଳେ ରଖି ଦେଇ ଆସନ୍ତୁ I ନଜର ଦୋଷ କଟିଯିବ I

ଅର୍ଥ ଲାଭ ପାଇଁ : ଯଦି ଆପଣ ରହୁଥିବା ଜାଗାରେ ସୁବିଧା ଥାଏ,ତେବେ ବୈଶାଖ ମାସରେ ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଏକ ନଡିଆ ଗଛ ଲଗାନ୍ତୁ I ଏହା ଧୀରେ ଧୀରେ ଘରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହିତ ଋଣ ମୁକ୍ତ କରିଥାଏ I

Comments are closed, but trackbacks and pingbacks are open.