ଷ୍ଟାଫ୍ ସିଲେକ୍ସନ୍ କମିଶନ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି

31

ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ପିଏସ୍ ବିରଂଚି ନାରାୟଣ ସାହୁଙ୍କଠୁ କୋଟିକୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଜବତ ହେବାପରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରି ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହା ସହିତ ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ବିଜେପି ଦାବି କରିଛି।
ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଏକ ଚାକିରି ବିକ୍ରି କମିଶନରେ ପରିଣତ ହୋଇଛି। ସରକାରୀ ନିଯୁକ୍ତିରେ ମେଧା ପରିବର୍ତ୍ତେ ଟଙ୍କା କାରବାର ମୁଖ୍ୟ ଯୋଗ୍ୟତା ହୋଇଛି। ଓଡ଼ିଶା ସରକାରେ ମୋ ସରକାର ୫-ଟି ସ୍ୱତନ୍ତ୍ର ବିଭାଗ ହେଲା ପରେ ରାଜ୍ୟରେ ଦୁର୍ନୀତି ବୃଦ୍ଧି ହୋଇଛି।

ବିଜେଡି ସରକାର ଯୁବପିଢୀଙ୍କୁ ରୋଜଗାର ଦେବାରେ ବିଫଳ ହୋଇଛି। ଟଙ୍କା ଦେଲେ ରାଜ୍ୟରେ ଚାକିରୀ ମିଳୁଛି । ଫଳରେ ଅନେକ ଶିକ୍ଷିତଯୁବକ ଯୁବତୀଙ୍କ ଦକ୍ଷତା ଥାଇ ବି ସେ ଓଡ଼ିଶାରେ ଚାକିରୀ ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି। ବିରଂଚି ସାହୁଙ୍କ ପଛରେ କେଉଁ ଧଳା ହାତୀମାନେ ସଂପୃକ୍ତ ଅଛନ୍ତି ତାହାର ସିବିଆଇ ତଦନ୍ତ କରାଯାଉ,ବୋଲି ବିଜେପି ଦାବି କରିଛି Iଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅର୍ପିତା ଅପରାଜିତା ବଡ଼ଜେନା, ଯୁବମୋର୍ଚ୍ଚା ପ୍ରଭାରୀ ଦୀପକ ଗୋଚ୍ଛାୟତ, ପ୍ରକାଶ ଦଳେଇ, ରାଜ୍ୟ ସଂଯୋଜକ ସୁଜିତ ସାହୁ, ସଂଗ୍ରାମ ପାତ୍ର, ପ୍ରତୀକ୍ଷା ଆଚାର୍ଯ୍ୟ, ସୁବ୍ରତ ବିଶ୍ୱାଳ, ରତନ ଦିଗାଲଙ୍କ ସମେତ ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.