ଶ୍ରୀମୟୀଙ୍କ ଟାର୍ଗେଟରେ ଅପରାଜିତା

30

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପରେ ବର୍ଷିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ରାଜଧାନୀରେ ଜଳବନ୍ଦୀ ସମସ୍ୟାକୁ ନେଇ ପ୍ରଶ୍ନ କରିବା ସହ ଜବାବ ମାଗିଛନ୍ତି ଶ୍ରୀମୟୀ । ରାଜଧାନୀରେ ଜଳବନ୍ଦୀ ପ୍ରସଙ୍ଗରେ ବାରମ୍ବାର ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱର ସାଂସଦ । ଜଳବନ୍ଦୀ ସମସ୍ୟା ଉପୁଜିଲେ ସେ ଏନ୍‌.ଏଚ୍‌.ଆଇ ସହ ଆଲୋଚନା କରିଛନ୍ତି ବା କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବୋଲି କହି ବାହାଦୂରୀ ନେଇଥାଆନ୍ତି । କିନ୍ତୁ ଏଯାବତ କଣ ସମାଧାନ ହୋଇଛି, ତାହା ସମସ୍ତେ ଜାଣନ୍ତି । ଗତ ୧ ତାରିଖ ଦିନ ଇସ୍କନ ଆଗରେ ଜମିଥିବା ପାଣି ପାଇଁ ରାଜଧାନୀବାସୀ ଖୁବ ହନ୍ତସନ୍ତ ହୋଇଛନ୍ତି । କେବଳ ଯେ, ଶନିବାରର ଘଟଣା ନୁହେଁ ବର୍ଷା ହେଲେ ମାନେ ଇସ୍କନ ଆଗରେ ଏଭଳି ପରିସ୍ଥିତି ଉପୁଜେ । ଏ ସବୁ ନେଇ ଅପରାଜିତାଙ୍କୁ ଘେରିଛନ୍ତି ଶ୍ରୀମୟୀ ।

ଅରାଜିତାଙ୍କୁ ଟୁଇଟ କରି ସେ ଲଖିଛନ୍ତି, ଆପଣ ଭୁବନେଶ୍ୱରର ସାଂସଦ ଅଛନ୍ତି । ଆପଣଙ୍କୁ ଆମର ପ୍ରଶ୍ନ, ଭୁବନେଶ୍ୱର ଛାତି ଉପର ଦେଇ ଯାଇଥିବା ଜାତୀୟ ରାଜପଥ ଯୋଗୁଁ ପ୍ରତିବର୍ଷ ବର୍ଷା ଋତୁରେ ଏହାର ଉଭୟ ପାର୍ଶ୍ୱ ଯେଉଁଭଳି ଜଳମଗ୍ନ ହୋଇ ସମସ୍ୟା ସୃଷ୍ଟି ହେଉଛି, ସେ ବିଷୟରେ ଆପଣ ଜାଣନ୍ତି ତ? ମୃତ୍ୟୁ ଯନ୍ତା ପାଲଟିଥିବା ଏହି ଜାତୀୟ ରାଜପଥରେ ଗତ ୨ ବର୍ଷ ମଧ୍ୟରେ ୩୯୯ଟି ଦୁର୍ଘଟଣା ଘଟି ୧୯୬ ଜଣ ଲୋକଙ୍କ ଅକାଳରେ ଜୀବନ ଗଲାଣି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଏନ୍‌ଏଚଏଆଇ ଏବଂ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଆପଣ କେବେ ଏହି ସମସ୍ୟା ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି କି? ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ, ଲକ୍ଷ ଲକ୍ଷ ଲୋକ ତାହାକୁ ଅନାଇ ବସିଛନ୍ତି ।

ତେଣୁ ଆପଣଙ୍କୁ ଆମର ପରାମର୍ଶ, ଜନସାଧାରଣଙ୍କ ଏହି ସମସ୍ୟା ଦୂର କରିବାକୁ ଉପଯୁକ୍ତ ଧ୍ୟାନ ଦିଅନ୍ତୁ ବୋଲି ଅପରାଜିତାଙ୍କୁ କହିଛନ୍ତି ଶ୍ରୀମୟୀ । ତେବେ ଶ୍ରୀମୟୀଙ୍କ ଏଭଳି ପ୍ରଶ୍ନକୁ ନେଇ ଜୋର ଧରିଛି ରାଜନୀତି । ୨୦୨୪ ସାଧାରଣ ନିର୍ବାଚନରେ ଶ୍ରୀମୟୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ କେଉଁ ଆସନରୁ ଲଢିବେ ସେନେଇ ବିଚାରବିମର୍ଶ ଚାଲିଛି । ଏଭଳି ପରିସ୍ଥିତିରେ ଭୁବନେଶ୍ୱର ସାଂସଦକୁ ଟୁଇଟ କରି ଟାଗେର୍ଟ କରିବାକୁ ନେଇ ଶ୍ରୀମୟୀ ଭୁବନେଶ୍ୱରରୁ ଲଢିବେ କି ବୋଲି ପ୍ରଶ୍ନ ମଧ୍ୟ ଉଠିଲାଣି ।

Comments are closed, but trackbacks and pingbacks are open.