ଆଇଟି କ୍ଷେତ୍ରରେ ଓଡ଼ିଶାକୁ ପୁଞ୍ଜି ନିବେଶ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ

30

ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଜାପାନରେ ପହଞ୍ଚିଛନ୍ତି। ଜାପାନରେ ଭାରତର ରାଷ୍ଟ୍ରଦୂର ଶିବି ଜର୍ଜ ଓ ଦୂତାବାସର ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ତେବେ ନିବେଶକମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ।

ହି ଗସ୍ତ ସମୟରେ ପୁଞ୍ଜି ଆଗମନ ନେଇ ସେ ଖୁବ ଆଶାବାଦୀ ଅଛନ୍ତି ବୋଲି 5-T ସଚିବଙ୍କ ସହ କଥୋପକଥନ ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଜାପାନ ଗସ୍ତରୁ ଓଡ଼ିଶାକୁ ପାୟ ୫ ବିଲିୟନ ପୁଞ୍ଜିନିବେଶ ଆସିବା ନେଇ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ନବୀନ ଟୋକିଓରେ ଆୟୋଜିତ ଏକ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅନେକ ଉଦ୍ୟୋଗୀ ଉପସ୍ଥିତ ରହିବେ। ତାଙ୍କ ସହ ନବୀନ ଆଲୋଚନା କରିବେ। ଏହାପରେ ଜାପାନର କ୍ୟୋଟ ଓ ଓସାକାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରରେ ଓଡ଼ିଶାକୁ ପୁଞ୍ଜି ନିବେଶ ଆଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ସୂଚନା ରହିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ରୋମ୍, ଦୁବାଇ ଆଦି ଗସ୍ତ କରି ପୁଞ୍ଜିନିବେଶ ଉପରେ ଗୁରୁତ୍ବ ଦେଇଥିଲେ।

Comments are closed, but trackbacks and pingbacks are open.