ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଲାଭ କ୍ଷେତ୍ରରେ କାଳିଆ ଛାତ୍ରବୃତ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ

21

ଭୁବନେଶ୍ୱର : କାଳିଆ ଛାତ୍ରବୃତ୍ତି ଐତିହାସିକ କାଳିଆ ଯୋଜନାର ଅନ୍ୟତମ ବୈଶିଷ୍ଟ୍ୟ । ବୃତ୍ତିଗତ ଓ ବୈଷୟିକ ଶିକ୍ଷା ନିମନ୍ତେ କାଳିଆ ହିତାଧିକାରୀ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଯୋଜନାର ଉଦ୍ଦେଶ୍ୟ । ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଥିବା ସରକାରୀ ବୃତ୍ତିଗତ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ କରୁଥିବା କାଳିଆ ହିତାଧିକାରୀ ପିଲାମାନଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଶିକ୍ଷାଲାଭ ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ ଯଥା କୋର୍ସ ଫି, ବାର୍ଷିକ ଦେୟ, ହଷ୍ଟେଲ ଖର୍ଚ୍ଚ ଦିଗରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପଇଠ କରାଯାଇଥିବା ଅର୍ଥରାଶିକୁ ଡିବିଟି ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି । ଏହା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାରର ପିଲାମାନେ ବୃତ୍ତିଗତ ଏବଂ ବୈଷୟିକ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ସୁଯୋଗ ପାଉଛନ୍ତି ଏବଂ ସେମାନଙ୍କର ଆର୍ଥିକ ଓ ସାମାଜିକ ସ୍ଥିତିରେ ପ୍ରଭୁତ ସୁଧାର ଆସିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । କାଳିଆ ଛାତ୍ରବୃତ୍ତି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଓ ଭୂମିହୀନ କୃଷକ ପରିବାରର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଲାଭ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ କାଳିଆ ଛାତ୍ରବୃତ୍ତିରେ ଅନ୍ୟ ପାଠ୍ୟକ୍ରମକୁ ସାମିଲ କରି ଏହାକୁ ଅଧିକ ବ୍ୟାପକ କରିବା ଦିଗରେ ବିଚାରବିମର୍ଶ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
୨୦୨୧-୨୨ ଶିକ୍ଷାବର୍ଷଠାରୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ୨୦୨୧-୨୨ରେ ୭୬୫ ଜଣ ଛାତ୍ରଛାତ୍ରୀଙ୍କୁ ମୋଟ ୧ କୋଟି ୨୪ ଲକ୍ଷ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଥିବାବେଳେ ୨୦୨୨-୨୩ ଶିକ୍ଷାବର୍ଷ ୧୦୭୪ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଭାବରେ ମୋଟ ୨ କୋଟି ୬୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ଡିଗ୍ରୀ ଏବଂ ଡିପ୍ଲୋମା/ପଲିଟେକ୍‌ନିକ୍‌/ଆଇଟିଆଇ ଛାତ୍ରଛାତୀ୍ର ଙ୍କ ମେସ୍‌/ହ ଷ୍ଟେଲ ଫି ବାବଦକୁ ଯଥାକ୍ରମେ ମାସକୁ ୧୨୦୦ ଏବଂ ୧୦୦୦ ଟଙ୍କା ପ୍ରଦାନ କରାଯାଉଛି । ଯୋଗ୍ୟ ଛାତ୍ରଛାତ୍ରୀମାନେ କମନ ସ୍କଲାରସିପ୍‌ ପୋର୍ଟାଲ https://scholarship.odisha govt.in ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିବାର ସୁବିଧା ରହିଛି

ରାଜ୍ୟ ସରକାରଙ୍କ ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାନୁଷ୍ଠାନରେ ଗ୍ରାଜୁଏସନ୍‌ କିମ୍ବା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମ ଯଥା ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଚ୍‌ଏମ୍‌ଏସ୍‌, ବିଏଏମ୍‌ଏସ୍‌, ବି.ଫାର୍ମା, ବିଏସ୍‌ସି (ନର୍ସିଂ), ପିବିବିଏସ୍‌, ବିଏସସି ଏଗ୍ରିକଲଚର, ବିଭିଏସ୍‌ସି ଆଣ୍ଡ ଏଏଚ୍‌, ବିଏସ୍‌ସି ହର୍ଟିକଲଚର, ବିଏସ୍‌ସି ଫରେଷ୍ଟ୍ରି, ବିଏସ୍‌ସି ଫିସେରିଜ୍‌ ସାଇନ୍ସ, ବିଏସ୍‌ସି କମୁ୍ୟନିଟି ସାଇନ୍ସ, ବି.ଟେକ୍‌ (ଏଗ୍ରି ଇଂଜିନିୟରିଂ) ଏବଂ ବି.ଟେକ୍‌/ବି.ଇ ଆଦିକୁ କାଳିଆ ଛାତ୍ରବୃତ୍ତ çରେ ଅନ୍ତର୍ଭୁକ୍ତ କରାଯାଇଛି ।
ସେହିପରି ରାଜ୍ୟ ସରକାରଙ୍କ ସରକାରୀ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ପାଠ୍ୟକ୍ରମ ଯଥା ଡି.ଫାର୍ମା, ଡିଏମ୍‌ଏଲ୍‌ଟି, ଡିଏମ୍‌ଆର୍‌ଟି, ଅପଥାଲମିକ୍‌ ଆସିଷ୍ଟାଣ୍ଟ/ସର୍ଜିକାଲ ଓପିଟିଏଚ୍‌ ଆସିଷ୍ଟାଣ୍ଟ, ଜିଏନ୍‌ଏମ୍‌, ଏଏନ୍‌ଏମ୍‌, ସାଇକି୍ରୟାଟିକ୍‌ ନର୍ସିଂ, ପଲିଟେକ୍‌ନିକ୍‌ ଏବଂ ଏଗ୍ରି ପଲିଟେକ୍‌ନିକ୍‌ ଆଦିକୁ କାଳିଆ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥି ସହ ଆଇଟିଆଇରେ ବିଭିନ୍ନ ଟ୍ରେଡ୍‌ରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ କାଳିଆ ଛାତ୍ରବୃତ୍ତି ଯୋଗାଇ ଦିଆଯାଉଛି ।

Comments are closed, but trackbacks and pingbacks are open.