ଭାରତୀୟ ମହିଳା ହକି ଟିମ୍ ସେମିଫାଇନାଲ୍‌ ରୁ ବିଦାୟ

28

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳକୁ ନିରାଶ ହେବାକୁ ପଡ଼ିଛି । ଦଳ ଆର୍ଜେଣ୍ଟିନାଠାରୁ ୧-୨ରେ ପରାସ୍ତ ହୋଇଛି । ଟୋକିଓ ଅଲିମ୍ପିକସ୍‌ରେ ଭାରତୀୟ ମହିଳା ହକି ଟିମ୍ ଆଜି ସେମିଫାଇନାଲ୍‌ରେ ଆର୍ଜେଣ୍ଟିନାକୁ ଭେଟିଥିଲା । ଅପରାହ୍ଣ ସାଢେ ୩ ଟାରେ ଏହି ମ୍ୟାଚ ଆରମ୍ଭ ହୋଇଥିଲା ।

କ୍ଵାଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ପ୍ରଥମ ଥର ଅଲିମ୍ପିକ୍ସର ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା ଭାରତୀୟ ମହିଳା ହକି ଦଳ । ଏହା ପୂର୍ବରୁ ଭାରତୀୟ ମହିଳା ହକି ଦଳ ୧୯୮୦ ମସିହାରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳି ଚତୁର୍ଥ ସ୍ଥାନରେ ରହିଥିଲା। ସେହି ପ୍ରଦର୍ଶନ ଆଗକୁ ବଢ଼ି ପ୍ରଥମ ଥର ପଦକ ଜିତିବ ବୋଲି ସାରା ଭାରତବାସୀ ଶୁଭ ମନାସିଥିଲେ । ଏହି ପ୍ରତୀକ୍ଷିତ ମ୍ୟାଚ୍ ପୂର୍ବରୁ କିନ୍ତୁ ଭାରତୀୟ ମହିଳା ହକି ଦଳକୁ ମଙ୍ଗଳବାର ଆଉଏକ ଖୁସି ଖବର ମିଳିଥିଲା । ଚଳିତ ଟୋକିଓ ଅଲିମ୍ପିକ୍ସ ପ୍ରଦର୍ଶନ ବଳରେ ଦଳ ବିଶ୍ବ ମାନ୍ୟତାର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏହା ମଧ୍ୟ ଭାରତୀୟ ମହିଳା ହକି ଦଳର ସର୍ବଶ୍ରେଷ୍ଠ ବିଶ୍ୱ ର ମାନ୍ୟତା । ତେବେ ପ୍ରତିପକ୍ଷ ଆର୍ଜେଣ୍ଟିନା ହେଉଛି ବିଶ୍ୱ ର ଦୁଇ ନମ୍ବର ଦଳ। ଏହି ଦଳକୁ ହରାଇବା ପାଇଁ ଭାରତକୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା ।

ପ୍ରଥମ ଦେଢ଼ ମିନିଟ୍‌ ମଧ୍ୟରେ ଭାରତ ଆର୍ଜେଣ୍ଟିନା ବିପକ୍ଷ ପ୍ରଥମ ପେନାଲ୍‌ଟି କର୍ଣ୍ଣର ପାଇ ଗୋଲ୍‌ କରିବାକୁ ସକ୍ଷମ ହୋଇଥିଲା ପରେ ଆର୍ଜେଣ୍ଟିନା ମଧ୍ୟ ପେନାଲ୍‌ଟି କର୍ଣ୍ଣର୍‌ର ଲାଭ ଉଠାଇ ପ୍ରଥମ କ୍ୱାର୍ଟର୍‌ରେ ଭାରତକୁ ଏକ ଗୋଲ୍‌ ଦେଇଥିଲା । ହେଲେ ପ୍ରଥମ କ୍ୱାର୍ଟରରେ ଦଳ ସ୍ଥିତି ମଜବୁତ ଥିବା ଦେଖିବାକୁ ମିଳିଥିବା ବେଳେ ଆର୍ଜେଣ୍ଟିନା ମଧ୍ୟ ଗୋଟିଏ ଗୋଲ୍‌ କରିଥିଲା ।

ଦ୍ୱିତୀୟ କ୍ୱାର୍ଟରରେ ଦୁଇ ଟିମ୍‌ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ହେଁ ଏହାର ଫାଇଦା ଉଠାଇ ପାରିନଥିଲେ । ଫଳରେ ୧-୧ ଗୋଲ୍‌ରେ ଦ୍ୱିତୀୟ କ୍ୱାର୍ଟରର ଖେଳ ଶେଷ ହୋଇଥିଲା । ତୃତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଭାରତ ବିପକ୍ଷ ପେନାଲ୍‌ଟି କର୍ଣ୍ଣରରେ ଆଉ ଏକ ଗୋଲ୍‌ କରିବାକୁ ସକ୍ଷମ ହୋଇଥିଲା । ଯାହାକି ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିଲା ।

ଚତୁର୍ଥ କ୍ୱାର୍ଟରରେ ଗୋଲ୍‌ କରିବାକୁ ବାରମ୍ବାର ପ୍ରୟାସ କରିବା ସତ୍ତ୍ୱେ ଭାରତୀୟ ଦଳକୁ ସୁଯୋଗ ଦେଇନଥିଲେ ଆର୍ଜେଣ୍ଟିନା ଦଳ। ଫଳରେ ଏହି ମ୍ୟାଚ୍‌କୁ ୨-୧ରେ ଜିତି ଫାଇନାଲ୍‌ରେ ପ୍ରବେଶ କରିଛି ଆର୍ଜେଣ୍ଟିନା ।

ଭାରତୀୟ ପୁରୁଷ ହକି ଟିମ୍ ସେମିଫାଇନାଲରେ ହାରି ନିରାଶ କରିବା ପରେ, ସାରା ଦେଶର ନଜର ମହିଳା ହକି ଟିମ୍ ଉପରେ ରହିଥିଲା । ଏଥର ଇତିହାସ ରଚିଛି ମହିଳା ଟିମ୍ । ପ୍ରଥମ ଥର ଅଲିମ୍ପିକସ୍ ସେମି ଫାଇନାଲରେ ପହଞ୍ଚିଥିଲା । ସେଥିପାଇଁ ଆଶା ଏବଂ ଉତ୍କଣ୍ଠା ବଢ଼ି ଯାଇଥିଲା ।

Leave A Reply

Your email address will not be published.