ବିଜେପି ହାତରୁ ଚାଲିଯିବ କର୍ଣ୍ଣାଟକ !

33

ବିଜେପି ପାଇଁ ବଢିଲା ଚିନ୍ତା ! ବିଜେପି ହାତରୁ ଚାଲିଯିବ କର୍ଣ୍ଣାଟକ ! ନିର୍ବାଚନ ଲଢିବେନି ୟେଦୁରପ୍ପା । ସରଗରମ ହେଉଛି କର୍ଣ୍ଣାଟକ ରାଜନୀତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ବୁଧବାର ଦିନ ଏକ ବଡ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କରିଦେଇଛନ୍ତି କି, ଚଳିତ ବିଧାନସଭା ନିର୍ବାଚନ ସେ ଲଢିବେ ନାହିଁ । ୟେଦୁରପ୍ପ ବୟସାଧିକ କାରଣରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ।

ସେ କହିଛନ୍ତି କି, ମୋର ବୟସ ୮୦ବର୍ଷ ପାର ହୋଇଯାଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲି ଓ ଏହି କାରଣରୁ ଏବେ ନିର୍ବାଚନ ଲଢିବି ନାହିଁ । ଏହାସହ ସେ ନିର୍ବାଚନ ପ୍ରଚାର କରି ପୁଣି ରାଜ୍ୟରେ ବିଜେପିକୁ କ୍ଷମତାସୀନ କରାଇବାକୁ କହିଛନ୍ତି । ୟେଦୁରପ୍ପା କହିଛନ୍ତି କି ଚଳିତ ବିଧାନସଭା ନିର୍ବାଚନରେ ବିଜେପି କର୍ଣ୍ଣାଟକରେ ପୂର୍ଣ୍ଣ ବହୁମତ ହାସଲ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦଳ ପୁଣି କର୍ଣ୍ଣାଟକରେ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି ।

ଏହାସହ ସେ କଂଗ୍ରେସ ଆଣିଥିବା ୪୦ ପ୍ରତିଶତ କମିଶନ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଜ୍ୟରେ ମେ’୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେବ ଓ ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । କର୍ଣ୍ଣାଟକରେ ଏବେ ବିଜେପିର ସରକାର ରହିଛି । ତେବେ ନିର୍ବାଚନ କେଉଁ ଦଳ ବାଜିମାତ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.