ଭଦ୍ରକ-ନୟାଗଡକୁ ଗଡିଲା ମେମୁ ଟ୍ରେନ

33

କଟକ ରେଳ ଷ୍ଟେଶନରୁ ଗୁରୁବାର ଏହି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ରରେ ବିଜେପି ସରକାର ସବୁବେଳେ ଓଡ଼ିଶାର ବିକାଶ ପ୍ରତି ଗୁରୁତ୍ୱ ଦେଇ ଆସୁଛି । ୫ଜି ସେବା କୁହ ବା ରେଳ ସେବା ସବୁଥିରେ ଓଡ଼ିଶାକୁ ପ୍ରାଧନ୍ୟ ଦିଆଯାଉଛି । କଟକ ରେଳ ଷ୍ଟେଶନର ନବୀକରଣ ପାଇଁ ୩୩୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । କଟକ ରେଳ ଷ୍ଟେଶନକୁ ବିଶ୍ୱର ଶ୍ରେଷ୍ଠ ରେଳ ଷ୍ଟେସନ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ଶାରେ ୫୭ ରେଳ ଷ୍ଟେଶନର ନବୀକରଣ କରାଯାଉଥିବା ସୂଚନା ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ । ଖୁବଶୀଘ୍ର କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ୱରର ଷ୍ଟେସନ ଜାତୀୟ ସ୍ତରର ଷ୍ଟେସନ ହେବ ବୋଲି ମଧ୍ୟ କହିଥିଲେ

ସେହିପରି ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷକୁ ୫୦ କିଲୋମିଟର ରେଳ ଲାଇନ ତିଆରି ହୋଇଥିଲା । ହେଲେ ଏବେ ଅର୍ଥାତ ୨୦୩୩-୨୩ରେ ୪୫୦ କିଲାେମିଟର ରେଳପଥ ତିଆରି ହେଉଛି ବୋଲି କହିଥିଲେ ରେଳମନ୍ତ୍ରୀ । ଏହି ଅବସରରେ ଧାମନଗର ବିଧାୟକ ଏବଂ କଟକ ବାରବାଟୀ ବିଧାୟକ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.