ବୃଦ୍ଧି ହେବେ EPF ସୁଦ୍ଧାହାର

35

କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ର ସକ୍ରିୟ ସଦସ୍ୟମାନଙ୍କ ପାଇଁ ଖୁସି ଖବର । ସଂଗଠନର ଦୁଇ ଦିନିଆ ବୈଠକ ଶେଷ ହୋଇଛି । ଏହି ବୈଠକରେ 2022-23 ବର୍ଷ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଉପରେ ସୁଧ ହାର ଘୋଷଣା କରାଯାଇଛି ।

2022-23 ଆର୍ଥିକ ବର୍ଷ ପାଇଁ ସରକାର EPF ଉପରେ ସୁଧ ହାର 8.15 ପ୍ରତିଶତ ସ୍ଥିର କରିଛନ୍ତି, ଯାହା ଗତ ବର୍ଷ 8.10 ପ୍ରତିଶତ ଥିଲା । ସୋମବାର (ମାର୍ଚ୍ଚ 27) ଠାରୁ ଆରମ୍ଭ ହୋଇଥିବା ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ର ଦୁଇ ଦିନିଆ ବୈଠକ ଶେଷ ହେବା ପରେ ସଂଶୋଧିତ ସୁଧ ହାର ଘୋଷଣା କରାଯାଇଛି । ଇପିଏଫଓ ବୈଠକରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଅଧ୍ୟକ୍ଷତା କରିଥିଲେ ।

ଦେଶରେ ପ୍ରାୟ 5 କୋଟି ଇପିଏଫ୍ ଗ୍ରାହକ ଅଛନ୍ତି, ଯେଉଁମାନେ 2022-23 ପାଇଁ EPFO ର ସୁଧ ହାର ବୃଦ୍ଧି କରିବାକୁ ସିବିଟିର ନିଷ୍ପତ୍ତିରୁ ସିଧାସଳଖ ଉପକୃତ ହେବେ ।

Comments are closed, but trackbacks and pingbacks are open.