ଜାଭେଲିନ୍‌ ଫାଇନାଲ ରେ ନୀରଜ

37

ଅଲିମ୍ପିକ୍ସର ଦ୍ବାଦଶ ଦିବସରେ ଭାରତୀୟ ଦଳର ଶାନଦାର ଆରମ୍ଭ। ପୁରୁଷ ବର୍ଗ ଜାଭେଲିନ୍‌ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା। ୮୬.୬୫ ମିଟର ଥ୍ରୋ କରି ଗ୍ରୁପ-ଏ ର ଶୀର୍ଷରେ ରହିବା ସହତି ଜାଭେଲିନ୍‌ ଫାଇନାଲକୁ ପ୍ରବେଶ କରିଛନ୍ତି ନୀରଜ ।
ଯାହାଫଳରେ ଭାରତ ପାଇଁ ଆଉ ଏକ ପଦକ ଆଶା ଉଜ୍ଜବୀତ ହୋଇଛି। ସେହିପରି ଗ୍ରୁପ୍-ବିରେ ଥିବା ଶିବପାଲଙ୍କ ଉପରେ ମଧ୍ୟ ନଜର ରହିଛି। ଶିବପାଲ ପ୍ରଥମ ପ୍ରୟାସରେ ୭୪.୬୦ ମିଟର ଥ୍ରୋ କରି ଗ୍ରୁପର ୫ମ ସ୍ଥାନରେ ଅଛନ୍ତି। ଆଉ ୨ଟି ଥ୍ରୋ ବାକି ଥିବାବେଳେ ଶିବପାଲଙ୍କ ଉପରେ ରହିଛି ସମସ୍ତଙ୍କ ନଜର।

Leave A Reply

Your email address will not be published.