୩ଏପ୍ରିଲରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା

30

ଏପ୍ରିଲ ୩ରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ଖାତା ଦେଖା ଆରମ୍ଭ ହେବ । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବା ନେଇ ସୂଚନା ରହିଛି । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ କଡା ସୁରକ୍ଷାରେ ବ୍ୟବସ୍ଥା ମଧ୍ୟରେ ଯିବ ବୋଲି ଜଣାପଡ଼ିଛି ।

ମୂଲ୍ୟାୟ‌ନ ପାଇଁ ଚୟନ କରାଯାଇଥିବା ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ ଓ ମୁଖ୍ୟ ପରୀକ୍ଷକ, ସ୍କ୍ରୁଟିନାଇଜରମାନଙ୍କ ନିଯୁକ୍ତିପତ୍ର ବୋର୍ଡ ୱେବସାଇଟ www.bseodisha.ac.inରେ ଅପଲୋଡ୍ କରାଯାଇଛି। ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ସେମାନଙ୍କ ସ୍କୁଲ ଆଇଡି, ପାସ୍ ୱାର୍ଡ ବ୍ୟବହାର କରି ଲଗ୍ ଇନ କରିବେ ।

ପରେ ପରୀକ୍ଷକ ଓ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ଅନ୍ୟମାନଙ୍କ ନିଯୁକ୍ତିପତ୍ରକୁ ଡାଉନଲୋଡ୍ କରି ପାରିବେ। ଏହି ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ ଦିନ ଭିତରେ ଶେଷ ହେବ ବୋଲି ବୋର୍ଡ ଉପସଭାପତି ଡ.ନିହାର ରଞ୍ଜନ ମହାନ୍ତି ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.