‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

16

ନୂଆଦିଲ୍ଲୀ ଠାରେ ‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶାର ପ୍ରାଚୀନ କଳା ତଥା କାଠ କଣ୍ଢେଇ ନୃତ୍ୟକଳାକୁ ବଞ୍ଚାଇ ରଖିବା ଦିଗରେ ଶ୍ରୀ କୁଅଁରଙ୍କ ପ୍ରତିବଦ୍ଧତା ଅବର୍ଣ୍ଣନୀୟ । କଣ୍ଢେଇ ନୃତ୍ୟ ମାଧ୍ୟମରେ ଓଡ଼ିଶାକୁ ଜାତୀୟ ସ୍ତରରେ ପରିଚିତ କରାଇଥିବାରୁ ଆମେ ତାଙ୍କ ପାଇଁ ଗର୍ବିତ । ଏହି ଅନନ୍ୟ କଳା ପ୍ରତିଭା ଲୋକକଳାର ସଂରକ୍ଷଣ ଦିଗରେ ସମାଜକୁ ଅନୁପ୍ରାଣିତ କରିବ ବୋଲି ମୋର ବିଶ୍ୱାସ । 

Comments are closed, but trackbacks and pingbacks are open.