୪ ରାଜ୍ୟ ପରିବର୍ତ୍ତନ ହେଲେ ବିଜେପିର ମଙ୍ଗୁଆଳ

21

୨୪ ପାଇଁ ଅଣ୍ଟା ଭିଡିଲାଣି ଭାଜପା । ପଦ୍ମରୁ ଖସୁଛି ଗୋଟିଏ ପରେ ଗୋଟିଏ ପାଖୁଡା । ଦଳ ବଳ ବଢାଇବାକୁ ଭାଜପା କରିଛି ମାଷ୍ଟର ପ୍ଲାନ । ୨୪ ପାଇଁ ଭାଜପା ହୋଇଛି ବଡ ପରିବର୍ତ୍ତନ । ନୂଆ ରଣନୀତି ସହିତ ମଇଦାନକୁ ଓହ୍ଲାଇଛି ବିଜେପି । ୪ ରାଜ୍ୟରେ ପରିବର୍ତ୍ତନ ହୋଇଛନ୍ତି ବିଜେପିର ମଙ୍ଗୁଆଳ । ଭାରତୀୟ ଜନତା ପାର୍ଟି ଗୁରୁବାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ।

ଭାଜପା ବିହାର, ଦିଲ୍ଲୀ, ରାଜସ୍ଥାନ ଏବଂ ଓଡିଶାରେ ଭାଜପାର ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମୀର ଚୌଧୁରୀଙ୍କୁ ବିହାର ଭାଜପାର ଅଧ୍ୟକ୍ଷ କରିଛନ୍ତି । ସେହିପରି ସିପି ଯୋଶୀଙ୍କୁ ରାଜସ୍ଥାନ, ମନମୋହନ ସାମଲଙ୍କୁ ଓଡିଶା ଏବଂ ବିରେନ୍ଦ୍ର ସଚ୍ଚଦେବଙ୍କୁ ଦିଲ୍ଲୀର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି ।

ତେବେ ଭାଜପାର ଏହି ନିଷ୍ପତ୍ତି ଦଳ ପାଇଁ କେତେ ଫଳ ପ୍ରଦ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଆଗାମୀ ଦିନରେ ଅନ୍ୟ ରାଜ୍ୟରେ ବିଜେପିର ମଙ୍ଗୁଆଳ ପରିବର୍ତ୍ତନ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

Comments are closed, but trackbacks and pingbacks are open.